Business Standard
ମୁମ୍ବାଇ: କିଛି ଦିନ ତଳେ ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ର ୧୦% ଅଂଶଧନକୁ ୪୩,୫୭୪ କୋଟି ଟଙ୍କାରେ କିଣିବା ଲାଗି ଫେସବୁକ୍ ଘୋଷଣା କରିଥିଲା। କରୋନା ଭୂତାଣୁ ସମୟ ଏହା ହେଉଛି ସର୍ବବୃହତ ବ୍ୟବସାୟିକ ବୁଝାମଣା। ଏହି ବୁଝାମଣା ପାଇଁ ଦୁଇ ସଂସ୍ଥା ଭିତରେ ଯେଉଁ କଥାବାର୍ତା ଚାଲିଥିଲା ସେଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ନେତୃତ୍ବ ନେଇଥିଲେ ମୁକେଶଙ୍କ ଯମଜ ସନ୍ତାନ ପୁଅ ଆକାଶ ଓ ଝିଅ ଇଶା। ଗତବର୍ଷ ମଧ୍ୟ ଭାଗରୁ ଏହି ବୁଝାମଣା ପାଇଁ ଉଭୟ ପକ୍ଷ ମଧ୍ୟରେ କଥାବାର୍ତା ଆରମ୍ଭ ହୋଇଥିଲା। ସବୁ କିଛି ସ୍ବାଭାବିକ ଭାବେ ଚାଲିଥିବା ବେଳେ ହଠାତ୍ କରୋନା ସଙ୍କଟ ମାଡ଼ି ଆସିଥିଲା ଓ ସାରା ବିଶ୍ବରେ ଯାତ୍ରା ଉପରେ କଟକଣା ଲାଗିଥିଲା। ତଥାପି ମୁକେଶଙ୍କ ପୁଅ ଓ ଝିଅ ହାର ମାନିନଥିଲେ। ଭିଡିଓ କନଫରେନ୍ସ ଓ ଫୋନ କଲ୍ ଜରିଆରେ କଥାବାର୍ତା ଆଗକୁ ବଢ଼ାଇଥିଲେ ଏବଂ ସଫଳତା ମଧ୍ୟ ପାଇଥିଲେ।
Follow Us