Image Courtesy of NDTV
ନୂଆଦିଲ୍ଲୀ: ଟିକସ ଫାଙ୍କି ତଦନ୍ତର ଅଂଶବିଶେଷ ଭାବେ ଭାରତର ବିଭିନ୍ନ ସ୍ଥାନରେ ଥିବା ଚୀନା ଟେଲିକମ୍ କମ୍ପାନି ‘ହାୱାଇ’ର ଏକାଧିକ ପ୍ରତିଷ୍ଠାନରେ ଆୟକର ବିଭାଗ ତଲାସ ଚଳାଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଦିଲ୍ଲୀ, ଗୁରୁଗ୍ରାମ (ହରିୟାଣା) ଏବଂ କର୍ଣ୍ଣାଟକର ବେଙ୍ଗାଲୁରୁରେ ଥିବା କମ୍ପାନିର ପରିସରରେ ମଙ୍ଗଳବାର ଦିନ ଚଢ଼ାଉ କରାଯାଇଥିଲା ବୋଲି ସେମାନେ କହିଛନ୍ତି।
Image Courtesy of ABP Liveବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଆୟକର ଅଧିକାରୀମାନେ କମ୍ପାନିର ଅର୍ଥନୈତିକ କାଗଜପତ୍ର, ହିସାବ ଖାତା ଏବଂ ରେକର୍ଡପତ୍ର ଯାଞ୍ଚ କରିଥିଲେ। ଏହା ହେଉଛି ଭାରତର ବିଦେଶୀ ବାଣିଜ୍ୟ ଓ କାରବାରରେ ଆସୁଥିବା ଟିକସ ଫାଙ୍କି ଅଭିଯୋଗର ତଦନ୍ତ। କମ୍ପାନିର କେତେକ ରେକର୍ଡ ମଧ୍ୟ ଜବତ କରାଯାଇଛି।
ସେପଟେ, କମ୍ପାନି କହିଛି ଯେ, ଆଇନ ଅନୁସାରେ ସେମାନେ ଭାରତରେ ବ୍ୟବସାୟିକ କାର୍ଯ୍ୟକଳାପ ଚଳାଉଛନ୍ତି।
ସୂଚନାଯୋଗ୍ୟ, ଭାରତ ସରକାର ‘ହାୱାଇ’କୁ ଦେଶରେ ‘୫ଜି’ ସେବାର ପରୀକ୍ଷାମୂଳକ ପ୍ରଚଳନ ପାଇଁ ଅନୁମତି ଦେଇ ନାହାନ୍ତି। କିନ୍ତୁ, ‘ହାୱେଇ’ ଏବଂ ‘ଜେଟିଇ’ ଭଳି ଟେଲିକମ୍ କମ୍ପାନିମାନେ ପୁରୁଣା ରାଜିନାମା ଅନୁସାରେ ଭାରତରେ ସେମାନଙ୍କ ନେଟ୍ୱାର୍କ ଚଳାଇଛନ୍ତି। ‘ନ୍ୟାସ୍ନାଲ୍ ସିକ୍ୟୁରିଟି ଡିରେକ୍ଟିଭ୍ ଅନ୍ ଟେଲିକମ୍ୟୁନିକେସନ୍ ସେକ୍ଟର୍’ ଅନୁସାରେ, ନୂଆ ବ୍ୟବସାୟ ଲାଗି ସେମାନଙ୍କୁ ସରକାରଙ୍କ ଅନୁମତି ଆଣିବାକୁ ପଡ଼ିବ।
Follow Us