subpng.com
ନୂଆଦିଲ୍ଲୀ: ଆମେରିକାର ସହର ନ୍ୟୁୟର୍କ ତୁଳନାରେ ମୁମ୍ବାଇ ପେଟ୍ରୋଲ୍ ଦାମ୍ ପ୍ରାୟ ଦୁଇ ଗୁଣ ଅଧିକ ରହିଛି। ମୁମ୍ବାଇରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କା ୭୨ ପଇସା ରହିଛି। ନ୍ୟୁୟର୍କରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୦.୭୯ ଡଲାର ରହିଛି ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ହେଉଛି ୫୭ ଟଙ୍କା। ଆଜି ପୁଣି ତେଲ କଂପାନିଗୁଡ଼ିକ ପେଟ୍ରୋଲ୍ ଦାମ୍ରେ ୨୬ ପଇସା ବଢ଼ାଇଛନ୍ତି। ଫଳରେ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୯୪ ଟଙ୍କା ୪୯ ପଇସା ଓ ଡିଜେଲ୍ ଦାମ୍ ୮୫ ଟଙ୍କା ୩୮ ପଇସା ରହିଛି।
କୋଲକାତାରେ ପେଟ୍ରୋଲ୍ ଦାମ୍ ୯୪ ଟଙ୍କା ୫୦ ପଇସା ଓ ଡିଜେଲ୍ ୮୮ ଟଙ୍କା ୨୩ ପଇସା ରହିଛି।ଏବେ ଦେଶ ଭିତରେ ରାଜସ୍ଥାନରେ ପେଟ୍ରୋଲ୍ ଦାମ୍ ସର୍ବାଧିକ ରହିଛି। ସେଠାକାର ଶ୍ରୀଗଙ୍ଗାନଗର ଜିଲ୍ଲାରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୧୦୫.୫୩ ପଇସା ରହିଥିବା ବେଳେ ହନୁମାନଗଡ଼ରେ ସେହି ମୂଲ୍ୟ ୧୦୪ ଟଙ୍କା ୮୮ ପଇସା ରହିଛି। ମୁମ୍ବାଇ ଓ ଭୋପାଳରେ ମଧ୍ୟ ପେଟ୍ରୋଲ୍ ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ରହିଛି। ଏବେ ଦେଶରେ ବିକ୍ରି ହେଉଥିବା ପେଟ୍ରୋଲ୍ ଦାମ୍ରେ ୬୦ ପ୍ରତିଶତ ଅଂଶ ହେଉଛି ଟିକସ। ୨୦୧୩ ପରଠାରୁ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ରେ ଟିକସ ପରିମାଣ ପ୍ରାୟ ୬ ଗୁଣା ବୃଦ୍ଧି ପାଇଛି।
Follow Us