ମୋ ଝିଅର ସୁରକ୍ଷିତ ଯାତ୍ରା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ଧନ୍ୟବାଦ

ମୋନିଷା ହଟକର ନିଜର ଅନୁଭବ ବଖାଣି କହିଛନ୍ତି, ‘ଅନେକ ବର୍ଷ ପରେ ଯାତ୍ରା କରିବା ସମୟରେ ଆମକୁ କୌଣସି ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡ଼ିନାହିଁ। ଇଣ୍ଡିଗୋକୁ ଅଶେଷ ଅଶେଷ ଧନ୍ୟବାଦ।

sds

ମୁମ୍ବାଇ: ମୁମ୍ବାଇର ଜଣେ ମହିଳା ନିକଟରେ ସୋସିଆଲ ମିଡିଆରେ ଇଣ୍ଡିଗୋ ଏୟାରଲାଇନ୍ସଙ୍କୁ ଧନ୍ୟବାଦ ଜଣାଇ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ହୁଇଲଚେୟାରରେ ବସିଥିବା ଝିଅର ସୁବିଧାରେ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ଧନ୍ୟବାଦ ଜଣାଇଛନ୍ତି।

ମୋନିଷା ହଟକର ନିଜର ଅନୁଭବ ବଖାଣି କହିଛନ୍ତି, ‘ଅନେକ ବର୍ଷ ପରେ ଯାତ୍ରା କରିବା ସମୟରେ ଆମକୁ କୌଣସି ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡ଼ିନାହିଁ।

ମୋ ଝିଅ କେୟାକୁ ୧୦ମାସ ହୋଇଥିବା ବେଳେ ସେ ସ୍ପାଇନାଲ ମସ୍କୁଲର ଆଟ୍ରପି ନାମକ ଦୁର୍ଲଭ ଜେନେଟିକ ରୋଗରେ ପୀଡ଼ିତ ହୋଇଥିଲା। ଧୀ‌ରେଧୀରେ ତାର ଶରୀରର ୮୦ ପ୍ରତିଶତ ଅଙ୍ଗପ୍ରତ୍ୟେଙ୍ଗ ଅଚଳ ହୋଇ ଯାଇଥିଲା।

 ୨୦୨୨ରେ ସ୍ପାଇନ ଅସ୍ତ୍ରୋପଚାର ପ‌ରେ ତାର ଜୀବନରେ ଆହୁରି ସମସ୍ୟା ଦେଖା ଦେଇଥିଲା ।
 ଝିଅର ଏହି ସମସ୍ୟା ସହିତ ଆମେ ଯେକୌଣସି ସ୍ଥାନକୁ ଯାତ୍ରା କଲେ ଅନେକ ଅସୁବିଧାର ସାମ୍ନା କରିବାକୁ ହୋଇଥାଏ। କିନ୍ତୁ ଇଣ୍ଡିଗୋ ସହିତ ଚଳିତଥରର ଯାତ୍ରାର ଅନୁଭବ ନିଆରା ରହିଛି। ଏସବୁ ସମ୍ଭବ ହୋଇପାରିଛି ଇଣ୍ଡିଗୋ କର୍ମଚାରୀ ପ୍ରତୀକ ଅର୍ଜୁନ ସେନ ତଥା ତାଙ୍କ ଟିମଙ୍କ ପାଇଁ। ଯେଉଁମାନେ ଆମକୁ ଯାତ୍ରା ସମୟରେ ଖୁବ ସାହାଯ୍ୟ କରିଥିଲେ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe