ଦୁନିଆର ୧୦ ବଡ଼ ଧନୀ, ଗେଟ୍‌ସଙ୍କୁ ହଟାଇ ମସ୍କ ଦ୍ବିତୀୟ ବଡ଼ ଧନୀ

ଟ୍ବିଟର ଆଣିବ ବ୍ଲୁ, ଗୋଲ୍ଡ, ଗ୍ରେ ଟିକ୍

Image Courtesy of India Today

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଆମେରିକୀୟ କଂପାନି ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ଆଜି ବିଶ୍ବ ଧନୀ ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ମାଇକ୍ରୋସଫ୍‌ଟର ମୁଖ୍ୟ ବିଲ୍‌ ଗେଟ୍‌ସଙ୍କୁ ସେ ପଦଚ୍ୟୁତ କରିଛନ୍ତି। ବ୍ଲୁମ୍‌ବର୍ଗ ବିଲିୟନେୟାର ସୂଚୀ ଅନୁଯାୟୀ, ଟେସ୍‌ଲାର ସେୟାର ମୂଲ୍ୟ ବଢ଼ିବାରୁ ମସ୍କଙ୍କ ସମ୍ପତ୍ତି ୭୨ କୋଟି ଡଲାର ବୃଦ୍ଧି ପାଇ ୧୨,୭୯୦ କୋଟି ଡଲାର ହୋଇଛି। ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୧୦୦୦ କୋଟି ଡଲାର ବୃଦ୍ଧି ହୋଇଛି। ସେଥିପାଇଁ ଚଳିତ ବର୍ଷ ଜାନୁଆରିରେ ବିଶ୍ବ ଧନୀ ତାଲିକାର ୩୫ତମ ସ୍ଥାନରେ ଥିବା ମସ୍କ ଏବେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି। ବିଲ୍‌ ଗେଟସ୍‌ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବିଶ୍ବର ସବୁଠୁ ବଡ଼ ଧନୀ ଥିଲେ। ୨୦୧୭ରେ ଆମାଜନ ମୁଖ୍ୟ ଜେଫ୍ ବେଜୋସ୍‌ ତାଙ୍କୁ ପଦଚ୍ୟୁତ କରିଥିଲେ। ବିଲ୍‌ ଗେଟ୍‌ସଙ୍କୁ ମସ୍କ ଏତେଟା ପସନ୍ଦ କରନ୍ତି ନାହିଁ। ତାଙ୍କୁ ସମାଲୋଚନା କରିବାକୁ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ଗେଟ୍‌ସ ନିଜର ପ୍ରଥମ ଇଲେକ୍‌ଟ୍ରିକ୍ କାର୍ କିଣିବା ବେଳେ ଟେସ୍‌ଲାକୁ ପ୍ରାଧାନ୍ୟ ଦେଇନଥିଲେ। ସେହିଦିନ ଠାରୁ ଗେଟ୍‌ସଙ୍କୁ ମସ୍କ ପସନ୍ଦ କରୁନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe