କଟକଣା ଲାଗିଲେ ସ୍ମାର୍ଟଫୋନ ଆଣିବେ ମସ୍କ

Advertisment
ଭାରତ ଗସ୍ତରେ ଆସିବେ ଟେସଲା ମୁଖ୍ୟ ଏଲୋନ୍ ମସ୍କ, କରିପାରନ୍ତି ବଡ ଘୋଷଣା 

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଅଧୀନକୁ ମାଇକ୍ରୋ ବ୍ଲଗିଂ କମ୍ପାନି ଟ୍ବିଟର ଯିବା ପରେ ଆପଲ୍ ଏବଂ ଗୁଗୁଲ୍‌ ଆପ୍‌ ଷ୍ଟୋର୍‌ର ଟିମ୍‌ ପକ୍ଷରୁ ସମୀକ୍ଷା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଟ୍ବିଟର ଆପଲ୍‌ ଏବଂ ଆଣ୍ଡ୍ରଏଡ ଡିଭାଇସରେ ଉପଲବ୍ଧ ହେଉଛି। ତେଣୁ ଟ୍ବିଟରକୁ ଆପ୍‌ ଷ୍ଟୋରରୁ ବାହାର କରିଦେବା ଭୟ ମଧ୍ୟ ମସ୍କଙ୍କୁ ଘାରିଛି। ଯଦି ଆପ୍‌ ‌ଷ୍ଟୋରରୁ କାଢ଼ିଦେବା ପାଇଁ ଏହି ଦୁଇ କମ୍ପାନି ନିଷ୍ପତ୍ତି ନିଅନ୍ତି ତାହେଲେ ମସ୍କ ବିକଳ୍ପ ସ୍ମାର୍ଟଫୋନ ବିକାଶ କରିପାରନ୍ତି।

ଜଣେ ଟ୍ବିଟର ବ୍ୟବହାରକାରୀ ଟ୍ବିଟ୍ କରିଛନ୍ତି ଯଦି ଆପଲ ଏବଂ ଗୁଗୁଲ୍ ସେମାନଙ୍କ ଆପ୍‌ ଷ୍ଟୋରରୁ ଟ୍ବିଟରକୁ ବିଦା କରିଦିଅନ୍ତି ତା’ହେଲେ ମସ୍କ ତାଙ୍କର ନିଜସ୍ବ ସ୍ମାଟଫୋନ ବିକାଶ କରିବା ଆବଶ୍ୟକ। ଦେଶର ଅଧା ଲୋକ ଖୁସିରେ ଆଇଫୋନ ଓ ଆଣ୍ଡ୍ରଏଡ ଫୋନ ବ୍ୟବହାରକୁ ଛାଡ଼ିଦେବେ। ମସ୍କଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ମଙ୍ଗଳକୁ ‌ରକେଟ ନିର୍ମାଣ କରୁଛନ୍ତି। ତେଣୁ ଗୋଟେ ମାମୁଲି ସ୍ମାର୍ଟଫୋନ ନିର୍ମାଣ କରିବା ସହଜ। ଏହା ଠିକ୍‌ ନୁହେଁ କି ବୋଲି ସେ ପଚାରିଛନ୍ତି। ମସ୍କ କହିଛନ୍ତି, ମୋର ଆଶା ରହିଛି ଆପ୍‌ ପ୍ଲାଟଫର୍ମରୁ ଟ୍ବିଟର ବିଦା ହେବନାହିଁ। କିନ୍ତୁ ଯଦି କଟକଣା ଲାଗିଲା ତାହେଲେ ଅନ୍ୟ କୌଣସି ବିକଳ୍ପ ନାହିଁ। ମୁଁ ଏକ ବିକଳ୍ପ ଫୋନ ନିର୍ମାଣ କରିବି ବୋଲି ସେ କହିଛନ୍ତି। ମସ୍କଙ୍କ ଟ୍ବିଟ ଉପରେ ଅନେକ ପ୍ରତିକ୍ରିୟା ମଳିଛି। ଜଣେ କହିଛନ୍ତି ମସ୍କ ସ୍ମାର୍ଟ‌ଫୋନରେ ବିପ୍ଳବ ଆଣିବେ। ଅନ୍ୟ ଜଣେ କହିଛନ୍ତି ଏଭଳି ଯୋଜନା ଚାଲିଛି ବୋଲି ମୁଁ ଅନୁଭବ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe