ଟ୍ବିଟର ଉପରେ ମସ୍କଙ୍କ ଆଖି: ୪୧୦୦ କୋଟି ଡଲାର‌ରେ କିଣିବାକୁ ପ୍ରସ୍ତାବ ଦେଲେ

Advertisment

କମ୍ପାନିର ସ୍ବାର୍ଥକୁ ଦେଖି ପ୍ରସ୍ତାବର ସମୀକ୍ଷା ହେବ: ଟ୍ବିଟର

କମ୍ପାନିର ସ୍ବାର୍ଥକୁ ଦେଖି ପ୍ରସ୍ତାବର ସମୀକ୍ଷା ହେବ: ଟ୍ବିଟର

ମସ୍କଙ୍କ ପାଖକୁ ଆସିବ ଟ୍ବିଟର

ସାନ୍‌ ଫ୍ରାନସିସ୍‌କୋ: ବିଦ୍ୟୁତ ଯାନ ଟେସଲା ଏବଂ ମହାକାଶ ଯାନ ପ୍ରେରଣ କମ୍ପାନି ସ୍ପେସଏକ୍ସର ପ୍ରତିଷ୍ଠାତା ଏଲନ ମସ୍କଙ୍କ ନଜର ଏବେ ଟ୍ବିଟର ଉପରେ ପଡ଼ିଛି। ସେ ଟ୍ବିଟରୁ କିଣିବା ପାଇଁ ଆଗେଇ ଆସିଛନ୍ତି। ଏଥିପାଇଁ ସେ ନିଜଆଡ଼ୁ ୪୧୦୦ କୋଟି ଡଲାର ମୂଲ୍ୟର ଏକ ପ୍ରସ୍ତାବ ଦେଇଛନ୍ତି। ଟ୍ବିଟର ବୋର୍ଡରେ ନିର୍ଦ୍ଦେଶକ ପଦକୁ ପ୍ରତ୍ୟାଖ୍ୟାନ କରିବାର କିଛିଦିନ ପରେ ‌ମସ୍କ ଏଭଳି ପଦକ୍ଷେପ ନେଇଛନ୍ତି। କିଛିଦିନ ପୂର୍ବରୁ ‌ମସ୍କ ଟ୍ବିଟରରେ ୯.୨ ପ୍ରତିଶତ ଅଂଶଧନ କିଣିଥିବା ସର୍ବ ସାଧାରଣରେ ପ୍ରକାଶ କରିଥିଲେ। ଏହାପରେ ତାଙ୍କୁ କମ୍ପାନି ପକ୍ଷରୁ ବୋର୍ଡରେ ନିର୍ଦ୍ଦେଶକ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ମସ୍କ ବର୍ତ୍ତମାନ ଟ୍ବିଟରର ସର୍ବାଧିକ ଅଂଶଧନ ରଖିଥିବା ବ୍ୟକ୍ତି ଅଛନ୍ତି। ତେବେ ସେ ଟ୍ବିଟରକୁ କିଣିବା ପାଇଁ ସେୟାର ପିଛା ୫୪.୨୦ ଡଲାର ଦେବାପାଇଁ ପ୍ରସ୍ତାବ ଦେଇଛନ୍ତି।

ଏପ୍ରିଲ ୧ ତାରିଖରେ ଟ୍ବିଟରର ସେୟାରମୂଲ୍ୟ ତୁଳନାରେ ଏହା ୩୮ ପ୍ରତିଶତ ଅଧିକ। ପୁଞ୍ଜି ବିନିଯୋଗ କରିବା ପରଠାରୁ ମୁଁ ଅନୁଭବ କରୁଛି ଯେ ବର୍ତ୍ତମାନର ରୂପରେଖରେ ଟ୍ବିଟର କୌଣସି ସାମାଜିକ ଆବଶ୍ୟକତାକୁ ପୂରଣ କରିବ ନାହିଁ। ଏକ ଘରୋଇ କମ୍ପାନି ଭାବେ ଟ୍ବିଟରର ରୂପାନ୍ତରଣ ଆବଶ୍ୟକ ବୋଲି ଟ୍ବିଟର ଅଧ୍ୟକ୍ଷ ବ୍ରେଟ୍ ଟେଲରଙ୍କୁ ମସ୍କ ଦେଇଥି‌ବା ଚିଠିରେ ଉଲ୍ଲେଖ କରିଛନ୍ତି। ସାମାଜିକ ଗଣମାଧ୍ୟମ ମଞ୍ଚର ରହିଥିବା ଅସାଧାରଣ ସାମର୍ଥ୍ୟକୁ ଉନ୍ମୋଚନ କରିବାରେ ସେ ହିଁ ଉପଯୁକ୍ତ ‌ବ୍ୟକ୍ତି ବୋଲି କହିଛନ୍ତି। ମସ୍କଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛି ଟ୍ବିଟର। ଟେସଲା ମୁଖ୍ୟ ଏଲନ ମସ୍କ ଦେଇଥିବା ଅବାଞ୍ଛିତ ଏବଂ ଅଣବାଧ୍ୟବାଧକତା ପ୍ରସ୍ତାବକୁ କମ୍ପାନିର ବୋର୍ଡ ଯତ୍ନର ସହିତ ମୂଲ୍ୟାୟନ କରିବ। କମ୍ପାନି ଏବଂ ଅଂଶଧନଧାରୀମାନଙ୍କ ସ୍ବାର୍ଥକୁ ସର୍ବୋତ୍କୃଷ୍ଟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ପ୍ରସ୍ତାବର ସମୀକ୍ଷା କରାଯିବ ବୋଲି ଟ୍ବିଟର କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe