ମସ୍କଙ୍କ ପୁଅ ନାମର ମଝି ଶବ୍ଦ ଚନ୍ଦ୍ରଶେଖର

Advertisment
ମସ୍କଙ୍କ ପୁଅ ନାମର ମଝି ଶବ୍ଦ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ବ୍ରିଟେନରେ ଆୟୋଜିତ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ସମ୍ମିଳନୀରେ ଭାରତ ପକ୍ଷରୁ ଯୋଗ ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଏହି ଅବସରରେ ଟେସଲା ସିଇଓ ଏଲନ ମସ୍କଙ୍କ ସହିତ ତାଙ୍କର ହଠାତ୍ ଭେଟ ହୋଇଛି। ଏହି ସମୟରେ ମସ୍କ ପ୍ରକାଶ କରିଥିଲେ ଯେ ଶିବନ ଜିଲିସଙ୍କ ଔରସଙ୍କୁ ତାଙ୍କର ଯେଉଁ ପୁଅ ରହିଛି ତାହାର ମଝି ନାମ ଚନ୍ଦ୍ରଶେଖର। ବିଶିଷ୍ଟ ପଦାର୍ଥ ବିଜ୍ଞାନବିଦ୍‌ ପ୍ରଫେସର ଏସ୍‌ ଚନ୍ଦ୍ର‌ଶେଖରଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ଏପରି କରିଛନ୍ତି। ୧୯୮୩ ମସିହାରେ ପ୍ରଫେସର ଏସ୍‌ ଚନ୍ଦ୍ରଶେଖର ନୋବେଲ ପୁରସ୍କାର ପାଇଥିଲେ। ସାମାଜିକ ଗଣମାଧ୍ୟମ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ପୋଷ୍ଟ୍‌ କରିବା ପରେ ଶିବନ ଜିଲିସ୍‌ ଏହାର ଉତ୍ତରରେ ‘ହଁ’ ବୋଲି କହିଛନ୍ତି। ଜିଲିସ୍ କହିଛନ୍ତି ଆମେ ତାକୁ ଶେଖର ବୋଲି ଡାକୁ।

publive-image

ବ୍ରିଟେନର ବ୍ଲେଚଲେ ପାର୍କରେ ଆୟୋଜିତ ଏଆଇ ନିରାପତ୍ତା ସମ୍ମିଳନୀରେ ଏଆଇର ସମ୍ଭାବ୍ୟ ବିପର୍ଯ୍ୟୟକୁ ଏଡାଇବା ପାଇଁ ୨୮ଟି ଦେଶର ପ୍ରତିନିଧି ଏକ ରାଜିନାମାରେ ସ୍ବାକ୍ଷର କରିଛନ୍ତି। ସେଥିରେ ଆମେରିକା ଏବଂ ଚୀନ ଆଦି ଦେଶ ମଧ୍ୟ ରହିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ‌ସୁନକଙ୍କ ଆବାହକତ୍ବରେ ହେଉଥିବା ଏହି ସମ୍ମିଳନୀ ହେଉଛି। ସମ୍ମିଳନୀ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘ ଏବଂ ଜାତିସଂଘର ପ୍ରତିନିଧିମାନଙ୍କ ସହିତ ସୁରକ୍ଷିତ ଏଆଇ ନେଇ ଆଲୋଚନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe