ସାବଧାନ! ଫେସ୍‌ବୁକ୍‌ରେ ବୁଲୁଛି ଏକ ସାଂଘାତିକ ଭାଇରସ୍‌, ଜାଣନ୍ତୁ ସୁରକ୍ଷିତ ରହିବାର ବାଟ

ସାବଧାନ! ଫେସ୍‌ବୁକ୍‌ରେ ବୁଲୁଛି ଏକ ସାଂଘାତିକ ଭାଇରସ୍‌, ଜାଣନ୍ତୁ ସୁରକ୍ଷିତ ରହିବାର ବାଟ

ଗତ କିଛି ଦିନ ହେବ ସୋସିଆଲ୍‌ ନେଟ୍‌ଓ୍ଵର୍କିଂ ସାଇଟ୍‌ ଫେସ୍‌ବୁକ୍‌ରେ ବୁଲୁଛି ଏକ ସାଘାଂତିକ ଭାଇରସ୍‌। ଆପଣ ବି ବୋଧ ହୁଏ ହୋଇ ଥାଇପାରନ୍ତି ଏପରି ଏକ ଭାଇରସ୍‌ର ଶିକାର। ହଠାତ କାହାରି ଜଣକଙ୍କ ଫେସ୍‌ବୁକ୍‌ରୁ ଆପଣଙ୍କ ଇନ୍‌ବକ୍ସକୁ ଯଦି ଆପଣଙ୍କ ଫଟୋ ସହ କିଛି ୟୁଟ୍ୟୁବ୍‌ ଲିଙ୍କ୍‌ ଆସେ ତେବେ ଆପଣ ତାହାକୁ ଓପନ କରିବା ସ୍ୱାଭାବିକ। ମାତ୍ର ସେପରି କରନ୍ତୁ ନାହିଁ। ଏପରି କଲେ ଆପଣଙ୍କ ଆକାଉଣ୍ଟ୍‌ରୁ ଆପଣଙ୍କ ବନ୍ଧୁ ତାଲିକାରେ ଥିବା ଆହୁରି ଗୁଡ଼ାଏ ବ୍ୟବହାରକାରୀଙ୍କୁ ଏହି ଲିଙ୍କ୍‌ ସେଣ୍ଡ୍‌ ହୋଇଯିବ। ତାହା ଆପଣ ସେଣ୍ଡ୍‌ ନକରିଥିଲେ ବି ଆପେ ଆପେ ସେଣ୍ଡ୍‌ ହୋଇଯିବ।

publive-image

ଏଥିରୁ ନିଜକୁ ବଞ୍ଚାଇବା ପାଇଁ ପ୍ରଥମେ ସତର୍କତା ଅବଲମ୍ବନ କରି ସେହି ଲିଙ୍କ୍‌କୁ ଆଦୌ ଖୋଲନ୍ତୁ ନାହିଁ। ଥରେ ଖୋଲିଦେବା ମାନେ ଏପରି ପରିସ୍ଥିତି ଉପୁଜିଥାଏ। ଯଦି ବି ଭୁଲ୍‌ବଶତଃ ଖୋଲି ଦେଇଛନ୍ତି ତେବେ ଆପଣଙ୍କ ସେଟିଂକୁ ଯାଆନ୍ତୁ। ସେଠାରେ ଆଡ୍‌ ସେଟିଂକୁ ଯାଇ ଆଡ୍‌କୁ ଡିଜାବଲ୍‌ କରିଦିଅନ୍ତୁ। ମନେରଖନ୍ତୁ ଆପଣଙ୍କ ସେଟିଂରେ ଥିବା ଆପ୍‌ ସେଟିଂକୁ ଯାଇ ସମସ୍ତ ଅଯଥା ଆପ୍‌କୁ ରିମୁଭ୍‌ କରି ଦେଲେ ତାହା ଆପଣଙ୍କ ଆକାଉଣ୍ଟ୍‌ ପାଇଁ ଭଲ। ଏହି ସମସ୍ୟାରୁ ମୁକୁଳିବା ପାଇଁ ଆପଣ ଦୃଶ୍ୟମାନ ହେଉଥିବା ‘ହେଲ୍‌ପ’ ଅପ୍‌ସନ୍‌ ଜରିଆରେ ଫେର୍‌ବୁକ୍‌ ସୂଚକଙ୍କ ସହ ଯୋଗାଯୋଗ କରି ଏହି ସମସ୍ୟାରୁ ମୁକୁଳି ପାରିବେ। ଆହୁରି ବି ଏକ ସମାଧାନନ ବାଟ ରହିଛି। ତାହା ହେଉଛି, ଆପଣ ସେହି ୟୁଟ୍ୟୁବ୍‌ ଲିଙ୍କ୍‌ ପରି ଦିଶୁଥିବା ଲିଙ୍କ୍‌କୁ ଓପନ୍‌ କରନ୍ତୁ। ସେଥିରେ ଆଡ୍‌କୁ ଡିଜାବଲ୍‌ କରିଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe