ଓଡ଼ିଶାକୁ ନାବାର୍ଡ ଦେଲା ୩୮୮ କୋଟି

Advertisment
ପ୍ରାକୃତିକ କୃଷି ପାଇଁ ନାବାର୍ଡ ଦେବ ସହାୟତା

The New Indian Express

ଭୁବନେଶ୍ବର : ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଓଡ଼ିଶା ସରକାରଙ୍କୁ ୩୮୮ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରାଯାଇଛି। ଏହି ପାଣ୍ଠି ଚାରିଟି ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରିବା ଓ ସଡ଼କ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯିବ। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌) ଅଧୀନରେ ନାବାର୍ଡ ଏହି ସହାୟତା ପ୍ରଦାନ କରିଛି।

ନାବାର୍ଡ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଚାରିଟି ମେଗା ପାନୀୟ ଜଳ ପ୍ରକଳ୍ପ କୋରାପୁଟ, ବାଲେଶ୍ବର ଓ ମାଲକାନଗିରି ଜିଲ୍ଲାରେ ସ୍ଥାପନ କରାଯିବ। କୋରାପୁଟର ବୈପାରିଗୁଡ଼ା, ବାଲେଶ୍ବରର ନୀଳଗିରି ଓ ମାଲକାନାଗିରିର ମାଲକାନାଗିରି ଓ କାଲିମେଳା ବ୍ଲକ୍‌ରେ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ସ୍ଥାପନ କରାଯିବ। ଏହା ବ୍ୟତୀତ ନାବାର୍ଡ ଦେଇଥିବା ପାଣ୍ଠିକୁ ରାଜ୍ୟର ୧୫ଟି ଜିଲ୍ଲାରେ ୨୦ଟି ଗ୍ରାମୀଣ ସଡ଼କର ନିର୍ମାଣ ଓ ଉନ୍ନତୀକରଣ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯିବ। ମେଗା ପାନୀୟ ଜଳ ପ୍ରକଳ୍ପରେ ହିତାଧିକାରୀମାନଙ୍କୁ ଦୈନିକ ଆଠ ଘଣ୍ଟା ପାନୀୟ ଜଳ ଘରେ ଟ୍ୟାପ୍ ସଂଯୋଗ ପ୍ରଦାନ କରି ଯୋଗାଇ ଦିଆଯିବ। ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ ହେବା ପରେ ୪୬୭ଟି ଗ୍ରାମର ୨.୫୭ ଲକ୍ଷ ଲୋକ ସ୍ବଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ଏହା ଦ୍ବାରା ୨୦୨୨ ସୁଦ୍ଧା ସମସ୍ତଙ୍କ ନିକଟରେ ପାନୀୟ ଜଳ ପହଞ୍ଚାଇବା ଲାଗି ସରକାର ରଖିଥିବା ଲକ୍ଷ୍ୟ ହାସଲ ହୋଇପାରିବ। ସଡ଼କ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ ହେବା ପରେ ୧୬୨ଟି ଗ୍ରାମର ୧.୫୨ ଲକ୍ଷ ଲୋକଙ୍କ ଜୀବନଜୀବିକାରେ ଉନ୍ନତି ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe