ଓଡ଼ିଶା ପାଇଁ ୨୨୦ କୋଟି ମଞ୍ଜୁର କଲା ନାବାର୍ଡ

Advertisment
ପ୍ରାକୃତିକ କୃଷି ପାଇଁ ନାବାର୍ଡ ଦେବ ସହାୟତା

The New Indian Express

ଭୁବନେଶ୍ବର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ୫୭ଟି ବନ୍ୟା ସୁରକ୍ଷା ପ୍ରକଳ୍ପ ଏବଂ ଏକ ଗ୍ରାମୀଣ ପୋଲ ପ୍ରକଳ୍ପ ପାଇଁ ଓଡ଼ିଶା ସରକାରଙ୍କୁ ୨୨୦.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା କେନ୍ଦ୍ରାପଡ଼ା, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ, ନୟାଗଡ଼, ଯାଜପୁର, ଖୋର୍ଦ୍ଧା ଏବଂ ସୋନପୁର ଜିଲ୍ଲାବାସୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯିବ। ନଦୀ କୂଳରେ ଥିବା ଚାଷ ଜମି, ଫସଲ ଆଦକିକୁ ସୁରକ୍ଷା ପ୍ରଦାନ କରିବା ଲାଗି ୩୨ଟି ନଦୀର ୫୭ଟି ସ୍ଥାନରେ ବନ୍ୟା ସୁରକ୍ଷା ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। ୫୦.୬୯ କିଲୋମିଟର ନବୀକୂଳରେ ମରାମତି ଓ ସୁଦୃଢ଼ୀକରଣ କାର୍ଯ୍ୟ କରାଯିବ। ଏହା ବ୍ୟତୀତ ନଦୀ ପାର୍ଶ୍ବରେ ଥିବା ବନ୍ଧରେ ପଥର ପ୍ୟାକିଂ କରିବା, ୧୦୭.୭୪ କିମି ନଦୀ ବନ୍ଧର ଉଚ୍ଚତା ବଢ଼ାଇବା ଏବଂ ସୁଦୃଢ଼ୀକରଣ ଆଦି କାର୍ଯ୍ୟରେ ମଞ୍ଜୁର ହୋଇଥିବା ପ୍ରକଳ୍ପ ଖର୍ଚ୍ଚ ହେବ। ଜଗତସିଂହପୁରର ଶଙ୍ଖ ନଦୀରେ ଏକ ବକ୍ସ ସେଲ୍ ପୋଲ ନିର୍ମାଣ କରାଯିବ। ସେହି ପୋଲରେ ସ୍ଲୁଇସ୍‌ ବ୍ୟବସ୍ଥା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe