ଗ୍ରାମୀଣ ସଡ଼କ ପାଇଁ ନାବାର୍ଡ ଦେବ ୯୫୧ କୋଟି: ଆର୍‌ଆଇଡିଏଫ୍‌ ଯୋଜନାରେ ମଞ୍ଜୁର କଲା

Advertisment

୯୫୯ଟି ଗାଁରେ ୧୪୩୪ କିମି ରାସ୍ତା ନିର୍ମାଣ ହେବ

୯୫୯ଟି ଗାଁରେ ୧୪୩୪ କିମି ରାସ୍ତା ନିର୍ମାଣ ହେବ

ଗ୍ରାମୀଣ ସଡ଼କ ପାଇଁ ନାବାର୍ଡ ଦେବ ୯୫୧ କୋଟି: ଆର୍‌ଆଇଡିଏଫ୍‌ ଯୋଜନାରେ ମଞ୍ଜୁର କଲା

ଭୁବନେଶ୍ବର: ରାଜ୍ୟର ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ ପାଇଁ ଓଡ଼ିଶାକୁ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ୯୫୧ କୋଟି ଟଙ୍କା ଦେବ। ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ଉକ୍ତ ଅର୍ଥକୁ ନାବାର୍ଡ ପକ୍ଷରୁ ଆଜି ମଞ୍ଜୁର କରାଯାଇଛି। ଉକ୍ତ ଅର୍ଥରେ ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ଦ୍ବାରା ୧୭୬ ଗ୍ରାମୀଣ ସଡ଼କ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାରେ ଏସବୁ ସଡ଼କ ନିର୍ମାଣ ହେବ। ମୋଟ ୧୪୩୪ କିଲୋମିଟରର ରାସ୍ତା ତିଆରି କରାଯିବ। ଫଳରେ ୯୫୯ଟି ଗ୍ରାମର ୯.୯୨ ଲକ୍ଷ ଲୋକଙ୍କ ପାଇଁ ଗ୍ରାମୀଣ ସଡ଼କରେ ଉନ୍ନତି ଆସିପାରିବ।

ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ, ଜଳସେଚନ ଏବଂ ଗ୍ରାମୀଣ ସଂଯୋଗ (ରାସ୍ତା ଓ ପୋଲ) ଭଳି ଭିତ୍ତିଭୂମି ନିର୍ମାଣକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ନାବାର୍ଡ ପକ୍ଷରୁ ଏହି ପାଣ୍ଠି ମଞ୍ଜୁର କରାଯାଇଛି। ଆଜିର ଏହି ମଞ୍ଜୁରି ଫଳରେ ନାବାର୍ଡ ପକ୍ଷରୁ ଆରଆଇଡିଏଫ୍‌-୨୭ ଅଧୀନରେ ଚଳିତ ଆର୍ଥିକ ବର୍ଷରେ ମଞ୍ଜୁର ରାଶି ୩୮୫୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଆରଆଇଡିଏଫ୍‌ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଉକ୍ତ ଯୋଜନାରେ ମଞ୍ଜୁର ପାଣ୍ଠି ପରିମାଣ ୩୨ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ଗ୍ରାମୀଣ ଅର୍ଥନୀତି ଓ ଲୋକଙ୍କ ଜୀବିକାରେ ଏସବୁ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକ ଉନ୍ନତି ଆଣିବ ବୋଲି ନାବାର୍ଡର ସିଜିଏମ୍‌, ଓଡ଼ିଶା ସି ଉଦୟଭାସ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe