ନାବାର୍ଡର କାର୍ବନ୍ କ୍ରେଡିଟ୍ ଯୋଜନା ଆରମ୍ଭ କ୍ଷୁଦ୍ର ଚାଷୀ ଉପକୃତ ହେବେ

Advertisment
ନାବାର୍ଡର କାର୍ବନ୍ କ୍ରେଡିଟ୍ ଯୋଜନା ଆରମ୍ଭ କ୍ଷୁଦ୍ର ଚାଷୀ ଉପକୃତ ହେବେ

ଭୁବନେଶ୍ବର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଓଡ଼ିଶା କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଜନଜାତୀୟ ବିକାଶ ନିଧି (ଟିଡିଏଫ୍) ବଡି ଯୋଜନା ଅଧୀନରେ କାର୍ବନ ପୃଥକୀକରଣ ଦ୍ବାରା ଅତିରିକ୍ତ ଆୟ କରିବା ଲାଗି କ୍ଷୁଦ୍ର ଚାଷୀଙ୍କ ନିମନ୍ତେ କାର୍ବନ୍ କ୍ରେଡିଟ୍ ଯୋଜନା ଆରମ୍ଭ କରାଯାଇଛି। ଏଥିପାଇଁ ନାବାର୍ଡ ପକ୍ଷରୁ ନ୍ୟାବକନ୍‌ସ ଓ ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକ ସହ ସହଯୋଗିତା ସ୍ଥାପନ କରାଯାଇଛି।

ନାବାର୍ଡ ପକ୍ଷରୁ ଓଡ଼ିଶାରେ ୮୫ ବଡି ଯୋଜନା ଲାଗୁ କରାଯାଇଛି। ସେଥିରୁ ୨୫ଟି ଜିଲ୍ଲାରେ ୩୧ଟି ଯୋଜନା ଚାଲିଛି। ଆରମ୍ଭ କରାଯାଇଥିବା କାର୍ବନ୍ କ୍ରେଡିଟ୍ ଯୋଜାନରେ ବଲାଙ୍ଗୀର, ଗଜପତି, ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, କେନ୍ଦୁଝର, ବୌଦ୍ଧ ଜିଲ୍ଲାର ଆମ୍ବ, କାଜୁ ଓ ପିଜୁଳି କ୍ଷେତ୍ରର ବଡ଼ିଗୁଡ଼ିକୁ ସାମିଲ କରାଯିବ। ଏଥିପାଇଁ ଭୁବନେଶ୍ବରରେ ଏକ ଦକ୍ଷତା ଗଠନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe