ନୀଳାଚଳ ଇସ୍ପାତର ଘରୋଇକରଣ ପ୍ରକ୍ରିୟା ଆରମ୍ଭ: ନିବେଶକଙ୍କଠାରୁ ଆବେଦନ ଆହ୍ବାନ

Invitation from investors

ନୀଳାଚଳ ଇସ୍ପାତର ଘରୋଇକରଣ ପ୍ରକ୍ରିୟା ଆରମ୍ଭ: ନିବେଶକଙ୍କଠାରୁ ଆବେଦନ ଆହ୍ବାନ

ଭୁବନେଶ୍ବର: ନୀଚାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)ର ଘରୋଇକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆଗ୍ରହୀ ନିବେଶକଙ୍କ ଠାରୁ ଏକ୍ସପ୍ରେସନ୍ ଅଫ୍‌ ଇଣ୍ଟ୍ରେଷ୍ଟ୍‌ (ଇଓଆଇ) ଆହ୍ବାନ କରାଯାଇଛି। ଆଜି ଦିପମ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନ୍‌ଆଇଏନ୍‌ଏଲ୍‌ ହେଉଛଇ ଏମ୍‌ଏମ୍‌ଟିସି, ଏନ୍‌ଏମ୍‌ଡିସି, ଭେଲ୍‌, ମେକନ୍ ଓ ଓଡ଼ିଶାର ଦୁଇଟି ପିଏସ୍‌ୟୁ ଓଏମ୍‌ସି ଓ ଇପିକଲ୍‌ର ମିଳିତ ସହଯୋଗିତାରେ ଗଠନ କରାଯାଇଥିବା ଏକ ଯୌଥ ଉଦ୍ୟୋଗ।

ଏନ୍‌ଆଇଏନ୍‌ଏଲ୍‌ରେ ଏମ୍‌ଏମ୍‌ଟିସିର ଥିବା ୪୯.୭୮%, ଏନ୍‌ଏମ୍‌ଡିସିର ୧୦.୧୦%, ମେକନ୍‌ର ୦.୬%, ଭେଲ୍‌ର ୦.୬୮%, ଓଏମ୍‌ସିର ୨୦.୪୭% ଓ ଇପିକଲ୍‌ର ୧୨% ଅଂଶଧନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ। ଏଥିପାଇଁ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସକୁ କାରବାର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି। ଏନ୍‌ଆଇଏନ୍‌ଏଲ୍‌କୁ ୧୯୮୨ରେ ଯାଜପୁରର କଳିଙ୍ଗନଗର ଶିଳ୍ପ କମ୍ପ୍ଲେକ୍ସରେ ସ୍ଥାପନ କରାଯାଇଥିଲା। କାରଖାନାକୁ ଦୁଇଟି ପର୍ଯ୍ୟାୟରେ ନିର୍ମାଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପିଗ୍ ଆଇରନ୍ ଉତ୍ପାଦନ କରିବା ଲାଗି ୧.୧ ଏମ୍‌ଟିପିଏ କ୍ଷମତାର ବ୍ଲାଷ୍ଟ୍‌ ଫର୍ଣ୍ଣେସ୍‌ ସ୍ଥାପନ କରାଯାଇଥିଲା ଯାହା ୨୦୦୨ରେ କାର୍ଯ୍ୟକ୍ଷମ ହୋଇଥିଲା। ପରବର୍ତୀ ସମୟରେ କାରଖାନାରେ ସିଣ୍ଟର୍‌ ପ୍ଲାଣ୍ଟ୍, କୋକ୍ ଓଭେନ୍ ପ୍ଲାଣ୍ଟ୍‌, ପାୱାର ପ୍ଲାଣ୍ଟ୍‌ ଆଦି ଯୋଡ଼ାଯାଇଥିଲା। ଏନ୍‌ଆଇଏନ୍‌ଏଲ୍‌ କାରଖାନାରେ ଷ୍ଟିଲ୍ ମେଲ୍ଟିଂ ସପ୍, ବିଲେଟ୍‌ ଉତ୍ପାଦନ ବ୍ୟବସ୍ଥା, କଣ୍ଟିନିଓସ୍‌ କାଷ୍ଟିଂ ସପ୍, ଲାଡଲ୍‌ ଫର୍ଣ୍ଣାସ୍‌, ବିଲେଟ୍‌ କାଷ୍ଯର୍‌ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। କଂପାନିକୁ ନିଜସ୍ବ ବ୍ୟବହାର ପାଇଁ ଏକ ଖଣି ଆବଣ୍ଟନ କରାଯାଇଛି ଯେଉଁଥିରେ ୯୦.୯୧ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ଥିବା ଆକଳନ କରାଯାଇଛି। ଏଥିରୁ ପୁଞ୍ଜିପ୍ରତ୍ୟାହାର କରିବା ଲାଗି ୨୦୨୦ ଜାନୁଆରି ୮ରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମୟ୍ଜୁରି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe