ଭୁବନେଶ୍ୱର: ରପ୍ତାନିରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ନାଲ୍କୋ ଡନ୍ ଆଣ୍ଡ୍ ବ୍ରାଡ୍ଷ୍ଟ୍ରିଟ୍ ପୁରସ୍କାର ହାସଲ କରିଛି। ନାଲ୍କୋର ଉତ୍ତରାଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ତଥା ନୀତି ଆୟୋଗର ସଦସ୍ୟ ବିବେକ ଦେବରାୟଙ୍କ ଠାରୁ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସଫଳତା ପାଇଁ ନାଲ୍କୋ ସମୁଦାୟକୁ କମ୍ପାନିର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଅଭିନନ୍ଦନ ଜଣାଇଛନ୍ତି। ନାଲ୍କୋର ଉତ୍ପାଦ ଅନ୍ତର୍ଜାତୀୟ ବଜାରରେ ମର୍ଯ୍ୟାଦା ହାସଲ କରିବା ସହ ଏହାର ଚାହିଦା ଅଧିକ ରହିଛି ବୋଲି ଡଃ ଚାନ୍ଦ କହିଛନ୍ତି।
ନାଲ୍କୋକୁ ଡନ୍ ଆଣ୍ଡ୍ ବ୍ରାଡ୍ଷ୍ଟ୍ରିଟ୍ ପୁରସ୍କାର
Advertisment
Follow Us