ଭୁବନେଶ୍ବର: ନାଲ୍କୋର ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦଙ୍କୁ ମୁମ୍ବାଇ ସ୍ଥିତ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ‘ଓଡ଼ିଶାର ବରପୁତ୍ର’ ସମ୍ମାନ ପ୍ରଦାନ କରାଯାଇଛି। ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ମୁମ୍ବାଇ ଠାରେ ଗତ ୨୩ ତାରିଖରେ ଆୟୋଜନ କରାଯାଇଥିବା ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ପାଇଁ ଶ୍ରୀ ଚାନ୍ଦଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଓଡ଼ିଶାର ସଂସ୍କୃତି, ଐତିହ୍ୟ, ଔଦ୍ୟୋଗିକ ଉତ୍କର୍ଷ ଏବଂ ସାଂସ୍କୃତିକ ବୈଶିଷ୍ଟ୍ୟ ତଥା ଓଡ଼ିଆ ଭାଇଚାରାକୁ ଉଦ୍ୟୋଗ ଓ ବ୍ୟବସାୟ ମାଧ୍ୟମରେ ସମଗ୍ର ବିଶ୍ୱରେ ଖ୍ୟାତି ପ୍ରଦାନ କରିବା ଦିଗରେ ଡକ୍ଟର ଚାନ୍ଦଙ୍କ ବିଶେଷ ଅବଦାନ ରହିଛି। ସେଥିପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us