ନାଲ୍‌କୋ ସଙ୍କଟ ଖବରକୁ କୋଇଲା ମନ୍ତ୍ରଣାଳୟର ଖଣ୍ଡନ

Advertisment
ନାଲ୍‌କୋ ସଙ୍କଟ ଖବରକୁ କୋଇଲା ମନ୍ତ୍ରଣାଳୟର ଖଣ୍ଡନ

ନୂଆଦିଲ୍ଲୀ: କୋଇଲା ସଙ୍କଟ ଯୋଗୁଁ ନାଲ୍‌କୋ ପାଓ୍ଵାର ପ୍ଲାଣ୍ଟ୍‌ର ତିନିଟି ୟୁନିଟ୍‌ ବନ୍ଦ ହୋଇଯାଇଛି ଯେଉଁ ଖବର ପ୍ରକାଶ ପାଇଥିଲା ତାହାକୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ଏ ବିଷୟରେ ସ୍ପଷ୍ଟୀକରଣ ରଖି କୋଇଲା ସଚିବ ସୁଶୀଲ କୁମାର କହିଛନ୍ତି ଯେ ଆମ ପାଖରେ ଯାହା ଖବର ରହିଛି ନାଲ୍‌କୋର କେବଳ ଗୋଟିଏ କ୍ୟାପ୍ଟିଭ୍‌ ପାଓ୍ଵାର ପ୍ଲାଣ୍ଟ୍‌ ୟୁନିଟ୍‌ ବନ୍ଦ ରହିଛି। ସେ କହିଛନ୍ତି ଯେ ନାଲ୍‌କୋ ଏବଂ ଏମ୍‌ସିଏଲ୍‌ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରତିବର୍ଷ ନାଲ୍‌କୋକୁ ଏମ୍‌ସିଏଲ୍‌ ୪.୧୭୬ ନିୟୁତ ଟନ୍‌ କୋଇଲା ଲିଙ୍କେଜ୍‌ ପ୍ରଦାନ କରୁଛି। ଏମ୍‌୍‌ସିଏଲ୍‌ ଯେତିକି କୋଇଲା ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା ତା’ଠାରୁ ଅଧିକ କୋଇଲା ନାଲ୍‌କୋକୁ ଯୋଗାଇ ଦେଇଛି ବୋଲି ସେ କହିଛନ୍ତି। ନାଲ୍‌କୋରେ କୋଇଲା ସଙ୍କଟକୁ ନେଇ ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଠିକ୍‌ ନୁହେଁ ବୋଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe