ନାଲ୍‌କୋ ଖଣିରେ କ୍ରସର ଓ କନ୍‌ଭେୟର ବ୍ୟବସ୍ଥାର ଶିଳାନ୍ୟାସ

Advertisment
ନାଲ୍‌କୋ ଖଣିରେ କ୍ରସର ଓ କନ୍‌ଭେୟର ବ୍ୟବସ୍ଥାର ଶିଳାନ୍ୟାସ

Update Odisha

ଭୁବନେଶ୍ବର: କୋରାପୁଟର ଦାମନଯୋଡ଼ିରେ ଥିବା ନାଲ୍‌କୋର ଖଣି ଓ ବିଶୋଧନାଗାର ପରିସରରେ କ୍ରସର ଓ କନ୍‌ଭେୟର ବ୍ୟବସ୍ଥାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। କଂପାନିର ଆଲୁମିନା ବିଶୋଧନାଗାରର ପଞ୍ଚମ ଷ୍ଟ୍ରିଟ୍‌ର ବକ୍ସାଇଟ୍ ଆବଶ୍ୟକତାକୁ ଏହା ପୂରଣ କରିବ। ଏହି ପ୍ରକଳ୍ପରେ କଂପାନି ୪୮୩ କୋଟି ଟଙ୍କା ବିନିଯୋଗ କରୁଛି ଏବଂ ୨୦୨୨ ଏପ୍ରିଲ୍ ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, କେନ୍ଦ୍ର ସରକାର ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟଗୁଡ଼ିକରେ ଖଣିକୁ ନେଇ ରହିଥିବା ସୁଯୋଗର ଉପଯୋଗ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଦ୍ବାରା ଖଣି ଅଞ୍ଚଳର ଲୋକ ଏବଂ ଦେଶବାସୀ ଉପକୃତ ହେବେ। ଏହା ପୂର୍ବରୁ ଶ୍ରୀ ଯୋଶୀ ବିଶାଖାପାଟଣାରେ ନାଲ୍‌କୋକୁ ନେଇ ଆୟୋଜନ କରାଯାଇଥିବା ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବାର୍ଷିକ ଲକ୍ଷ୍ୟ ହାସଲ କରିବା ଲାଗି ଉତ୍ପାଦନ ବଢ଼ାଇବାକୁ ସେ କଂପାନିର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଶ୍ରୀ ଯୋଶୀ ନାଲ୍‌କୋର ପଞ୍ଚପଟ୍ଟମାଳି ଖଣି ମଧ୍ୟ ପରିଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe