ଭୁବନେଶ୍ୱର: ନାଲ୍କୋ ପକ୍ଷରୁ ନୂତନ ଉତ୍ପାଦ ଷ୍ଟ୍ରୋଣ୍ଟିୟମ୍ ଆଲୁମିନିୟମ ବିଲେଟ୍ ‘ସିଏଚ୍-୯୧’ ଗ୍ରେଡ୍କୁ ଉନ୍ମୋଚନ କରାଯାଇଛି। କଂପାନିର ଅନୁଗୁଳ ଠାରେ ଥିବା ସ୍ମେଲଟରରେ ଏହାକୁ ଉତ୍ପାଦନ କରାଯାଇଛି। ଏଥିପାଇଁ ନିରନ୍ତର ଉଦ୍ୟମ ଜାରି ରଖିଥିବା କଂପାନିର କର୍ମଚାରୀମାନଙ୍କୁ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଡକ୍ଟର ତପନ କୁମାର ଚାନ୍ଦ ଅଭିନନ୍ଦନ ଜଣାଇଛନ୍ତି। ଏହି ଉତ୍ପାଦର ପ୍ରଥମ କଣ୍ଟେନର୍କୁ ଗତ ଆଠ ତାରିଖରେ ବେଙ୍ଗାଲୁରୁ ଠାରେ ଥିବା ଜିନ୍ଦଲ ଆଲୁମିନିୟମ ନିକଟକୁ ପଠାଯାଇଛି। ଏହି ଉତ୍ପାଦ ଶକ୍ତି ବ୍ୟବହାରରେ ହ୍ରାସ ଅଣିବା ଏବଂ ବିଲେଟ୍ର ଉତ୍ପାଦକତା ଓ ବ୍ୟବହାର କ୍ଷମତାରେ ସୁଧାର ଅଣିବା ସହ ଉପଭୋକ୍ତା ମାନଙ୍କୁ ଲାଭ ପହଞ୍ଚାଇବ।
ନାଲ୍କୋର ନୂଆ ଉତ୍ପାଦ ଆଲୁମିନିୟମ ବିଲେଟ୍
Advertisment
Follow Us