ନାଲ୍‌କୋର ନିଟ୍‌ ଲାଭ ୨୩୫ କୋଟି

Advertisment
ନାଲ୍‌କୋର ନିଟ୍‌ ଲାଭ ୨୩୫ କୋଟି

ଭୁବନେଶ୍ୱର: ନାଲକୋ ପକ୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଫଳାଫଳ ଘେଷଣା କରିଛି। ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ କମ୍ପାନିର ବୋର୍ଡ ବୈଠକରେ ଅନୁମୋଦିତ ଆୟବ୍ୟୟ ହିସାବ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ କମ୍ପାନିର ନିଟ୍‌ ଲାଭ ୨୩୫ କୋଟି ଟଙ୍କା ହେଇଛି। ପ୍ରଥମ ତ୍ରୟମାସିକରେ କମ୍ପାନିର ନିଟ୍‌ ଲାଭ ୧୨୯ କୋଟି ଟଙ୍କା ଥିଲା ବେଳେ ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ନିଟ୍‌ ଲାଭ ୧୨୧ କୋଟି ଟଙ୍କା ଥିଲା। ୨୦୧୭-୧୮ର ଦ୍ୱିତୀୟ ତ୍ରୟମାସର ନିଟ୍‌ ଲାଭ ପ୍ରଥମ ତ୍ରୟମାସ ତୁଳନାରେ ୮୨ ପ୍ରତିଶତ ଅଧିକ ହୋଇଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ଅବଧି ତୁଳନାରେ ୯୪ ପ୍ରତିଶତ ବୃଦ୍ଧି ପାଇଛି। ଚଳିତ ବର୍ଷର ଦ୍ୱିତୀୟ ତ୍ରୟମାସରେ ନାଲ୍‌କୋର ନିଟ୍‌ ବିକ୍ରି ଲବ୍ଧ ଆୟ ୨୪୨୦ ଟଙ୍କା ହୋଇଛି। ଗତ ବର୍ଷ ଦ୍ୱିତୀୟ ତ୍ରୟମାସରେ ଏହାର ପରିମାଣ ୧୬୯୫ କୋଟି ଟଙ୍କା ଥିଲା।

ଦ୍ୱିତୀୟ ତ୍ରୟମାସିକ ଆର୍ଥିକ ଫଳାଫଳ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନାଲକୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ କହିଛନ୍ତି, ପ୍ରତିକୂଳ ପରିସ୍ଥିତିରେ ଉତ୍ପାଦନ ବଜାୟ ରଖିବା ତଥା ବ୍ୟୟ ହ୍ରାସ ଦିଗରେ ଉଦ୍ୟମ ସହ ଆଲୁମିନା କ୍ଷେତ୍ରରେ ବାଣିଜ୍ୟିକ ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବା ଫଳରେ କମ୍ପାନିର ଲାଭ ବୃଦ୍ଧି ହୋଇଛି। ୨୦୧୭-୧୮ ଆର୍ଥିକବର୍ଷର ପ୍ରଥମ ଛଅ ମାସରେ କମ୍ପାନିର ନିଟ୍‌ ଲାଭ ଓ ମୋଟ ବିକ୍ରି ଆୟ ଯଥାକ୍ରମେ ୩୬୪ କୋଟି ଟଙ୍କା ଓ ୪୧୯୭ କୋଟି ଟଙ୍କା ହୋଇଛି। ଗତ ଆର୍ଥିକ ବର୍ଷ ଏହି ସମୟସୀମା ମଧ୍ୟରେ ନିଟ୍‌ଲାଭ ଓ ମୋଟବିକ୍ରି ଆୟ ଯଥାକ୍ରମେ ୨୫୬ କୋଟି ଟଙ୍କା ଓ ୩୨୨୪କୋଟି ଟଙ୍କା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe