ନାଲ୍‌କୋ ଲାଭ ୮୩% କମିଲା, ଦୀର୍ଘ ବର୍ଷ ପରେ କଂପାନିର ଆୟ, ଲାଭରେ ବ୍ୟତିକ୍ରମ

Advertisment
ନାଲକୋ ସିଏମ୍‌ଡିଙ୍କୁ ବିରୋଧ ପ୍ରଦର୍ଶନ

ମୁମ୍ବାଇ : ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ଦ୍ବିତୀୟ ତ୍ରୈମାସିକରେ ନବରତ୍ନ ଆଲୁମିନିୟମ୍ କଂପାନି ନାଲ୍‌କୋର ଲାଭରେ ୮୩ ପ୍ରତିଶତ ଭଳି ବଡ଼ ଧରଣର ହ୍ରାସ ହୋଇଛି। ଏହି ତ୍ରୈମାସିକରେ କଂପାନିର ଲାଭ ୧୨୫.୪୩ କୋଟି ଟଙ୍କାକୁ ହ୍ରାସ ପାଇଛି ଯାହା ପୂର୍ବ ଆର୍ଥିକ ବର୍ଷ (୨୦୨୧-୨୨)ର ଏହି ତ୍ରୈମାସିକରେ ୭୪୭.୮୦ କୋଟି ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା। କେବଳ ଲାଭ ନୁହେଁ କଂପାନିର ଆୟ ମଧ୍ୟ ହ୍ରାସ ପାଇଛି। ବହୁ ବର୍ଷ ଧରି ବ୍ୟବସାୟ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରୁଥିବା ନାଲ୍‌କୋର ଆୟ ଓ ଲା‌ଭରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। କରୋନା ମହାମାରୀର ପ୍ରଭାବ ନଥିବା ସତ୍ତ୍ବେ କଂପାନି ଏଭଳି ଦୁର୍ବଳ ପ୍ରଦର୍ଶନ କରିଛି।

publive-image
ଚଳିତ ବର୍ଷର ଦ୍ବିତୀୟ ତ୍ରୈମାସିକରେ ନାଲ୍‌କୋର ଆୟ ୩,୫୫୮.୮୩ କୋଟି ଟଙ୍କା ହୋଇଛି। ବର୍ଷକ ପୂର୍ବରୁ ଏହି ତ୍ରୈମାସିକରେ କଂପାନିର ଆୟ ଅଧିକ ଅର୍ଥାତ ୩,୬୩୪.୫୯ କୋଟି ଟଙ୍କା ଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ତୁଳନାରେ ମଧ୍ୟ ଦ୍ବିତୀୟ ତ୍ରୈମାସିକର ପ୍ରଦର୍ଶନ ଖରାପ ରହିଛି। ୨୦୨୨ ଏପ୍ରିଲ୍‌-ଜୁନ୍‌ ପର୍ଯ୍ୟନ୍ତର ପ୍ରଥମ ‌ତ୍ରୈମାସିକରେ ନାଲ୍‌କୋ ୫୫୭.୯୧ କୋଟି ଟଙ୍କାର ଲାଭ ଓ ୩,୮୪୬.୨୨ କୋଟି ଟଙ୍କା ଆୟ କରିଥିଲା ଯାହା ଦ୍ବିତୀୟ ତ୍ରୈମାସିକ ତୁଳନାରେ ଅଧିକ। ଏବେ ନାଲ୍‌କୋରେ କେନ୍ଦ୍ର ସରକାରଙ୍କ ୫୧.୨୮ ପ୍ରତିଶତ ପେଡ୍-ଅପ୍ ଇକ୍ବିଟି ପୁଞ୍ଜି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe