ଭୁବନେଶ୍ବର: ନ୍ୟାସନାଲ୍ ଆଲୁମିନିୟମ କଂପାନି (ନାଲ୍କୋ) ତରଫରୁ ସତର୍କତା ସଚେତନତା ସପ୍ତାହ ୨୦୧୯ ପାଳନ କରାଯାଇଛି। ଅକ୍ଟୋବର ୨୮ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯିବ। ଏହି ଅବସରରେ ନାଲ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ, ନିର୍ଦେଶକ (ବାଣିଜ୍ୟ) ପି କେ ମିଶ୍ର ଓ ମୁଖ୍ୟ ସତର୍କତା ଅଧିକାରୀ ସୋମନାଥ ହାଁସଦା କର୍ମଚାରୀମାନଙ୍କୁ ଓଡ଼ିଆ, ହିନ୍ଦୀ ଓ ଇଂରାଜିରେ ଶପଥ ପାଠ କରାଇଥିଲେ। ଏହି ଅବସରରେ ନିର୍ଦେଶକ (ପିଆଣ୍ଡ୍ଟି) ଏସ୍ କେ ରାୟ, ନିର୍ଦେଶକ (ଅର୍ଥ) ଶ୍ରୀଧର ପାତ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସପ୍ତାହରେ ନାଲ୍କୋ ତରଫରୁ ବକ୍ତୃତା ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରାଯାଉଛି ଯେଉଁଥିରେ ରାଜ୍ୟର ୧୦୦ରୁ ଅଧିକ ସ୍କୁଲ୍ର ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଏହା ବ୍ୟତୀତ ୱାକାଥନ୍, ସାଇକ୍ଲୋଥନ୍, ଗ୍ରାମସଭା, ଆଲୋଚନାଚକ୍ର, କର୍ମଶାଳା, ପାମ୍ପ୍ଲେଟ୍ ବିତରଣ ଏବଂ ମିନି ମାରାଥନ୍ ଆଦି ଆୟୋଜନ କରାଯାଉଛି।
ନାଲ୍କୋରେ ସତର୍କତା ସଚେତନତା ସପ୍ତାହ ପାଳନ
Advertisment
Follow Us