ଭୁବନେଶ୍ବର: ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲ୍‌କୋ) ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ସର୍ବକାଳୀନ ସର୍ବାଧିକ ୧୬୦୧ କୋଟି ଟଙ୍କାର ନିଟ୍‌ ଲାଭ କରିଛି। ବିଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଏହି ପରିମାଣ ୧୫୮୩ କୋଟି ଟଙ୍କା ଥିଲା। କମ୍ପାନିର ମୋଟ ଆୟ ୪,୯୨୫ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୪,୭୬୧ କୋଟି ଟଙ୍କା ଥିଲା। 

Advertisment

CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଏହି ଆର୍ଥିକ ବର୍ଷର ୯ ମାସରେ କମ୍ପାନିର ମୋଟ କାରବାର ୧୨,୮୩୦ କୋଟି ଟଙ୍କା ସହ ନିଟ୍‌ ଲାଭ ୪୦୯୮କୋଟି ଟଙ୍କା ହୋଇଛି। ପୂର୍ବ ଆର୍ଥିକ ବର୍ଷରେ ତାହା  ୧୧,୫୨୦ ଏବଂ ୩,୨୪୬କୋଟି ଟଙ୍କା ଥିଲା। କର୍ମଚାରୀମାନଙ୍କୁ ଏହି ସଫଳତାର ଶ୍ରେୟ ଦେବା ସହ ନାଲକୋ ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ମୂଲ୍ୟ ଅପ୍ଟିମାଇଜେସନ୍, ମାର୍ଜିନ୍ ପରିଚାଳନା ଏବଂ ଗୁଣବତ୍ତା ବୃଦ୍ଧି ଉପରେ ନିରନ୍ତର ଗୁରୁତ୍ୱ ଦ୍ୱାରା ଏହି ଫଳାଫଳ ହାସଲ ହୋଇପାରିଛି। ୨୦୨୫-୨୬ ନିମନ୍ତେ କମ୍ପାନି ପକ୍ଷରୁ ଇକ୍ୱିଟି ସେୟାର ପ୍ରତି ୪.୫୦ଟଙ୍କାର ଦ୍ୱିତୀୟ ଅନ୍ତରୀଣ ଲାଭାଂଶ ଘୋଷଣା କରାଯାଇଛି।

Mohan Charan Majhi: ଗଂଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେଲେ ରାଜ୍ୟ ସରକାର