ନାଲ୍‌କୋର ଦ୍ବିତୀୟ ତ୍ରୟମାସ ନିଟ୍‌ ଲାଭ ୭୪୮ କୋଟି

Advertisment

ଗତବର୍ଷ ତୁଳନାରେ ୬୦୦% ବୃଦ୍ଧି, ପ୍ରଥମ ୬ ମାସରେ ୧୦୯୫ କୋଟି

ଗତବର୍ଷ ତୁଳନାରେ ୬୦୦% ବୃଦ୍ଧି, ପ୍ରଥମ ୬ ମାସରେ ୧୦୯୫ କୋଟି

ନାଲ୍‌କୋ ନିଟ୍‌ ଲାଭ ୪୮୮ କୋଟି

ଭୁବନେଶ୍ୱର : ନାଲକୋ (ନ୍ୟାସନାଲ ଆଲୁମିନିୟମ୍ କମ୍ପାନି ଲିମିଟେଡ୍) ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ୭୪୮ କୋଟି ଟଙ୍କାର ନିଟ୍ ଲାଭ କରିଛି। ଗତ ଆର୍ଥିକ ବର୍ଷର ଉକ୍ତ ତ୍ରୟମାସର କମ୍ପାନିର ନିଟ୍ ଲାଭ ୧୦୭ କୋଟି ଟଙ୍କା କୋଟି ତୁଳନାରେ ଏଥିରେ ୬୦୦ ପ୍ରତିଶତ ଅଭବୃଦ୍ଧି ଘଟିଛି। ଏଥିସହିତ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ନାଲକୋର ନିଟ୍ ଲାଭ ୧୦୯୫ କୋଟି ଟଙ୍କା ହୋଇଛି ଯାହା ବିଗତ ଦଶନ୍ଧିର ପ୍ରଥମାର୍ଦ୍ଧରେ ହୋଇଥିବା ଏକ ଉଲ୍ଲେଖନୀୟ ସଫଳତା। ଗତ ଆର୍ଥିକ ବର୍ଷ ପ୍ରଥମାର୍ଦ୍ଧରେ କମ୍ପାନି ୧୨୪ କୋଟି ଟଙ୍କା ନିଟ୍ ଲାଭ କରିଥିବା ବେଳେ ଏଥିରେ ୭୮୩ ପ୍ରତିଶତ ବୃଦ୍ଧି ପାଇଛି। ଦ୍ୱିତୀୟ ତ୍ରୟମାସରେ ନାଲକୋର ମୋଟ ଆୟ ଗତବର୍ଷ ତୁଳନାରେ ୫୧ ପ୍ରତିଶତ ବୃଦ୍ଧି ଘଟି ୩୫୯୨ କୋଟି ଟଙ୍କା ହୋଇଛି। ଗତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଏହା ୨୩୭୫ କୋଟି ଟଙ୍କା ଥିଲା।

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ନାଲକୋ ଉତ୍ପାଦନ ସମ୍ୱନ୍ଧୀୟ ସମସ୍ତ କ୍ଷେତ୍ର ଯଥା ବକ୍ସାଇଟ୍, ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନରେ ବିଗତ ବର୍ଷଠାରୁ ଉଲ୍ଲେଖନୀୟ ପ୍ରଦର୍ଶନ ହାସଲ କରିଛି। ବକ୍ସାଇଟ୍ ଉତ୍ପାଦନ ୧୮.୮୮ ଲକ୍ଷ ଟନ୍, ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ ୫.୩୦ ଲକ୍ଷ ଟନ୍ ଏବଂ ଆଲୁମିନିୟମ୍ ଉତ୍ପାଦନ ୧.୧୪ ଲକ୍ଷ ଟନ୍ ରହିଛି। ବିକ୍ରି କ୍ଷେତ୍ରରେ ମଧ୍ୟ ନାଲକୋ ଭଲ ସଫଳତା ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ୦.୯୧ ଲକ୍ଷ ଟନ୍ ତୁଳନାରେ ଦ୍ୱିତୀୟ ତ୍ରୟମାସରେ ୧.୨୬ ଲକ୍ଷ ‌ଟନ୍ ଆଲୁମିନିୟମ ଧାତୁ ବିକ୍ରି କରିଛି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ସମୁଦାୟ ଆଲୁମିନା ବିକ୍ରିରେ ୧୧ ପ୍ରତିଶତ ବୃଦ୍ଧି ହୋଇ ୩.୧୮ ଲକ୍ଷ ଟନ୍‌ରେ ପହଞ୍ଚିଛି, ଯାହା ଗତବର୍ଷ ଏହି ଅବଧିରେ ୨.୮୬ ଲକ୍ଷ ଟନ୍‌ ରହିଥିଲା।

ଉତ୍ପାଦନ, ବ୍ୟବସାୟ ଏବଂ ଲାଭରେ ଉଲ୍ଲେଖନୀୟ ଅଭବୃଦ୍ଧି ଘଟିଥିବାରୁ ନାଲକୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର କର୍ମଚାରୀ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କୋଭିଡ୍ ମହାମାରୀର ପ୍ରଭାବ ଏବଂ ବଜାରର ଅପ୍ରତ୍ୟାଶିତ ଆହ୍ୱାନ ସତ୍ତ୍ୱେ କମ୍ପାନି ପ୍ରତିଯୋଗିତାରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି, ଯାହା କର୍ମଚାରୀମାନଙ୍କର ଦଳଗତ ଉଦ୍ୟମ ଏବଂ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରତିଫଳିତ କରୁଅଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe