ଏୟାର ଇଣ୍ଡିଆର ନୂଆ ମାଲିକଙ୍କ ନାମ ସ୍ପଷ୍ଟ ହୋଇନି, ଟାଟା ପାଇଥିବା ଖବରକୁ ସରକାରଙ୍କ ଖଣ୍ଡନ

Advertisment
ଏୟାର ଇଣ୍ଡିଆ ୧୦୦୦ ପାଇଲଟ୍‌ ନିଯୁକ୍ତ କରିବ

The Federal News

ନୂଆଦିଲ୍ଲୀ : ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ଟାଟା ହାସଲ କରିବା ନେଇ ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହାକୁ ସରକାର ଖଣ୍ଡନ କରିଛନ୍ତି। ପୁଞ୍ଜି ପ୍ରତ୍ୟାହାର ବିଭାଗ ପକ୍ଷରୁ ‌ଏନେଇ ‌ସୋସିଆଲ୍ ମିଡିଆରେ ସୂଚନା ଦିଆଯାଇଛି। ବିଭାଗର ସଚିବଙ୍କ ଟ୍ବିଟର୍‌ ଆକାଉଣ୍ଟ୍ ଜରିଆରେ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଐୟାର ଇଣ୍ଡିଆ ପୁଞ୍ଜିପ୍ରତ୍ୟାହାରର ଆର୍ଥିକ ବିଡ୍‌କୁ ‌ଭାରତ ସରକାର ମଞ୍ଜୁରି ଦେଇଥିବା ନେଇ ଗଣମାଧ୍ୟମ‌ରେ ଯେଉଁ ଖବର ପ୍ରକାଶ ପାଇଛି ତାହା ଭୁଲ। ଯେତେବେଳେ ଏନେଇ ସରକାର ନିଷ୍ପତ୍ତି ନେବେ ସେ ସମ୍ପର୍କରେ ଠିକ୍ ସମୟରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯିବ।

ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇ‌ସ୍‌ଜେଟ୍ ଆର୍ଥିକ ବିଡ୍‌ ଦାଖଲ କରିଛନ୍ତି। ଉଭୟ ସଂସ୍ଥାର ବିମାନ କଂପାନି ପରିଚାଳନା ଅଭିଜ୍ଞତା ରହିଛି। ସ୍ପାଇସ୍‌ଜେଟ୍‌ ଘୋର ଆର୍ଥିକ ଦୁର୍ଗତି ଦେଇ ଗତି କରୁଥିବା ବେଳେ ତାହାକୁ ଏହାର ଅଧ୍ୟକ୍ଷ ଅଜୟ ସିଂହ ସଫଳତାର ସହ ପୁନରୁଦ୍ଧାର କରିଛନ୍ତି। ଟାଟା ଅଧୀନରେ ଏୟାର ଏସିଆ ଇଣ୍ଡିଆ ଓ ଭିସ୍ତାରା ରହିଛି।

ଏୟାର ଇଣ୍ଡିଆର ପୂର୍ବ ନାମ ଥିଲା ଟାଟା ଏୟାରଲାଇନ୍ସ। ଜେଆର୍‌ଡି ଟାଟା ଏହାକୁ ୧୯୩୨ରେ ସ୍ଥାପନ କରିଥିଲେ। ସେ ଥିଲେ ଦେଶର ପ୍ରଥମ ଲାଇସେନ୍ସପ୍ରାପ୍ତ ପାଇଲଟ୍‌। ଭାରତ ସ୍ବାଧୀନ ହେବା ସମୟରେ ଟାଟା ଏୟାରଲାଇନ୍ସର ଜାତୀୟକରଣ କରାଯାଇଥିଲା। ବର୍ତ୍ତମାନ ଏହି କଂପାନି ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ଉପରେ ବହୁ କୋଟି ଟଙ୍କାର ଋଣ ଓ ବକେୟା ରହିଛି। ବହୁ ବର୍ଷ ଧରି ଏହା କ୍ଷତିରେ ଚାଲୁଛି। କଂପାନିକୁ ବଞ୍ଚାଇ ରଖିବା ଲାଗି ସରକାରଙ୍କୁ ଅଯଥାରେ ରାଜକୋଷରୁ ବିପୁଳ ରାଶି ବ୍ୟୟ କରିବାକୁ ପଡ଼ୁଛି।ଗତ ୧୮ ବର୍ଷ ଭିତରେ ଯେଉଁମାନେ ପ୍ରଶାସକ ଭାବେ ଏୟାର ଇଣ୍ଡିଆ ଦାୟିତ୍ବରେ ରହିଛନ୍ତି ସେମାନଙ୍କର ବିମାନ ଶିଳ୍ପକୁ ନେଇ କୌଣସି ଜ୍ଞାନ ନାହିଁ। ସେମାନେ କେବଳ କଂପାନିକୁ ଚାଲୁ ରଖିଛନ୍ତି। ନୂଆ ପ୍ରତିଭାଙ୍କୁ କଂପାନିରେ ଭର୍ତ୍ତି କରିବା ଏବଂ ବ୍ୟାବସାୟିକ ଦୃଷ୍ଟିକୋଣରୁ ଏହାକୁ ଲାଭଦାୟକ କରିବା ଏବଂ ନେଟ୍‌ୱର୍କ ବଢ଼ାଇବା ଲାଗି କୌଣସି ଉଦ୍ୟମ ହୋଇନି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe