ଭୁବନେଶ୍ବର: ଓଡିଶା ଖଣି ନିଗମ (ଓଏମସି)ର ସାଉଥ କାଳିଆପାଣି କ୍ରୋମାଇଟ ଖଣିକୁ ୨୦୧୮ ଓ ୨୦୨୦ ପ୍ରତିଯୋଗିତା ବର୍ଷ ଲାଗି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଖଣି ନିରାପତ୍ତା ପୁରସ୍କାର ମିଳିଛି। କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଓଏମସି ପ୍ରତିନିଧିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ନିରାପତ୍ତା ମାନଦଣ୍ଡ କୁ ବଜାୟ ରଖିବା ସହ ଏ ସମ୍ବନ୍ଧୀୟ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଲାଗି ଚଳିତ ଆର୍ଥିକ ବର୍ଷକୁ ଓଏମ୍ସି ପକ୍ଷରୁ ନିରାପତ୍ତା ବର୍ଷ ଭାବେ ପାଳନ କରାଯାଉଛି। ଏହି ଅଭିଯାନ ମାଧ୍ୟମରେ ନିରାପତ୍ତା ସମ୍ବନ୍ଧୀୟ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଖଣି ପରିଚାଳନାର ପ୍ରତିଟି ଦିଗରେ ନିରାପତ୍ତାକୁ ସର୍ବାଧୁକ ଗୁରୁତ୍ୱ ଦିଆଯାଉଅଛି।
ଓଏମ୍ସିକୁ ଜାତୀୟ ଖଣି ନିରାପତ୍ତା ପୁରସ୍କାର
Advertisment
Follow Us