ଜାତୀୟ ଏମ୍ଏସ୍‌ଏମ୍ଇ ପ୍ରତିଷ୍ଠାନ ଓ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ବୁଝାମଣା ସ୍ବାକ୍ଷରିତ

ଜାତୀୟ ଏମ୍ଏସ୍‌ଏମ୍ଇ ପ୍ରତିଷ୍ଠାନ ଓ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ବୁଝାମଣା ସ୍ବାକ୍ଷରିତ

ଭୁବନେଶ୍ବର: ଭାରତ ସରକାରଙ୍କର ଜାତୀୟ ଏମ୍ଏସ୍‌ଏମ୍ଇ ପ୍ରତିଷ୍ଠାନ ଓ ଏଏସ୍‌ବିଏମ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ବିଶ୍ୱବିଦ୍ୟାଳୟର ସେଣ୍ଟ୍ରାଲ ଅଡିଟରିଅମରେ ଜାତୀୟ ଏମ୍ଏସ୍‌ଏମ୍ଇ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଡକ୍ଟର ଗ୍ଲୋରୀ ସ୍ୱରୂପା ଓ ଏଏସ୍‌ବିଏମ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା କୁଳାଧକ୍ଷ ପ୍ରଫେସର ବିଶ୍ୱଜିତ୍ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଚୁକ୍ତିପତ୍ର ବିନିମୟ କରିଥିଲେ। ଏହି ବୁଝାମଣା ଅନୁଯାୟୀ ଆଗାମୀ ଶିକ୍ଷା ବର୍ଷରୁ ଏଏସ୍‌ବିଏମ୍ ବିଶ୍ୱବିଦ୍ୟାଳୟ ଦୁଇ ବର୍ଷିଆ ଏମ୍‌ବିଏ ଏମ୍ଏସ୍‌ଏମ୍ଇ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଜାତୀୟ ଏମ୍ଏସ୍‌ଏମ୍ଇ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଆରମ୍ଭ କରିବ। ପ୍ରକାଶ ଥାଉ କି ଏହା ଦେଶରେ ପ୍ରଥମ ଏମ୍ଏସ୍‌ଏମ୍ଇ ମ୍ୟାନେଜମେଣ୍ଟରେ ପ୍ରଥମ ପାଠ୍ୟକ୍ରମ। ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ଏଏସ୍‌ବିଏମ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅଧ୍ୟୟନ କରିବା ସଙ୍ଗେ ଦ୍ୱିତୀୟ ବର୍ଷ ଜାତୀୟ ଏମ୍ଏସ୍‌ଏମ୍ଇ ପ୍ରତିଷ୍ଠାନ ହାଇଦ୍ରାବାଦରେ ଅଧ୍ୟୟନ କରିବେ।

ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ମହାଦେବ ସ୍ବାଗତ ଭାଷଣ ଦେବା ସହ ଉପକୁଳପତି ପ୍ରଫେସର ଫଲ୍‌ଗୁ ନିରଞ୍ଜନା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଜିନେସ ସ୍କୁଲର ଡିନ ପ୍ରଫେସର ମନ୍ମଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଭାଇସ ପ୍ରେସିଡେଣ୍ଟ ପ୍ରଫେସର କଲ୍ୟାଣ ଶଙ୍କର ରାୟ, ଡିନମାନେ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନଙ୍କ ସହ ଆମନ୍ତ୍ରିତ ଅତିଥି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe