ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ-ଇଣ୍ଡିଆନ୍ ଅଏଲ୍‌ ଏମ୍‌ଓୟୁ

Advertisment
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ-ଇଣ୍ଡିଆନ୍ ଅଏଲ୍‌ ଏମ୍‌ଓୟୁ

ନୂଆଦିଲ୍ଲୀ: ଚିତା ବାଘ ସ୍ଥାନାନ୍ତର କାର୍ଯ୍ୟକ୍ରମ ଲାଗି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ସହ ଇଣ୍ଡିଆନ୍ ଅଏଲ୍‌ ପକ୍ଷରୁ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରାଯାଇଛି। ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ, ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି, ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୁପିନ୍ଦର ଯାଦବ ଓ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେଙ୍କ ଉପସ୍ଥିତିରେ ଇଣ୍ଡିଆନ୍ ଅଏଲ୍‌ର ଅଧ୍ୟକ୍ଷ ଏସ୍‌ ଏମ୍ ବୈଦ୍ୟ, ଏନ୍‌ଟିସିଏର ଡିଜି (ପ୍ରୋଜେକ୍ଟ ଟାଇଗର୍‌) ଏସ୍‌ ପି ଯାଦବ ଏମ୍‌ଓୟୁରେ ସ୍ବାକ୍ଷର କରିଛନ୍ତି।
ଏହି ପ୍ରକଳ୍ପ ଲାଗି ଇଣ୍ଡିଆନ ଅଏଲ୍‌ ପାଞ୍ଚ ବର୍ଷରେ ୫୦.୨୨ କୋଟି ଟଙ୍କା ପ୍ରଦାନ କରିବ। ଏହି ପ୍ରକଳ୍ପରେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ୧୫-୨୦ ଚିତାଙ୍କୁ ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯିବ। ଏନ୍‌ଟିସିଏ, କେନ୍ଦ୍ର ସରକାର ଓ ମଧ୍ୟପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଇଣ୍ଡିଆନ ଅଏଲ୍‌ ଏହାର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଅଧୀନରେ ‘ପ୍ରୋଜେକ୍ଟ ଚିତା’କୁ ସମର୍ଥନ ପ୍ରଦାନ କରିଛି। ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ଜୈବ ବିବିଧତାର ପୁନରୁଦ୍ଧାର ଦିଗରେ ଏହି ଏମ୍‌ଓୟୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଇଣ୍ଡିଆନ ଅଏଲ୍‌ର ଅଧ୍ୟକ୍ଷ ଶ୍ରୀ ବୈଦ୍ୟ କହିଛନ୍ତି ଯେ ମିସନ ମୋଡ୍‌ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe