ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା ୨.୦: ଫ୍ୟାସନ୍‌, ଉଦ୍ୟୋଗ, କାହାଣୀ ପ୍ରତି ସମର୍ପିତ

Advertisment

ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆଇଏନ୍‌ଡବ୍ଲ୍ୟୁଇସି ପକ୍ଷରୁ ଆୟୋଜିତ ଜାତୀୟ ମହିଳା ଉଦ୍ୟୋଗୀଙ୍କ ବାଣିଜ୍ୟ ମେଳା ୨.୦ର ଚତୁର୍ଥ ଦିନଟି ଫ୍ୟାସନ୍, ଉଦ୍ୟୋଗ ଓ କାହାଣୀ କହିବାର ଶକ୍ତି ପ୍ରତି ସମର୍ପିତ ଥିଲା।

ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆଇଏନ୍‌ଡବ୍ଲ୍ୟୁଇସି ପକ୍ଷରୁ ଆୟୋଜିତ ଜାତୀୟ ମହିଳା ଉଦ୍ୟୋଗୀଙ୍କ ବାଣିଜ୍ୟ ମେଳା ୨.୦ର ଚତୁର୍ଥ ଦିନଟି ଫ୍ୟାସନ୍, ଉଦ୍ୟୋଗ ଓ କାହାଣୀ କହିବାର ଶକ୍ତି ପ୍ରତି ସମର୍ପିତ ଥିଲା।

scscxxd

ଭୁବନେଶ୍ୱର: ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆଇଏନ୍‌ଡବ୍ଲ୍ୟୁଇସି ପକ୍ଷରୁ ଆୟୋଜିତ ଜାତୀୟ ମହିଳା ଉଦ୍ୟୋଗୀଙ୍କ ବାଣିଜ୍ୟ ମେଳା ୨.୦ର ଚତୁର୍ଥ ଦିନଟି ଫ୍ୟାସନ୍, ଉଦ୍ୟୋଗ ଓ କାହାଣୀ କହିବାର ଶକ୍ତି ପ୍ରତି ସମର୍ପିତ ଥିଲା। ଫରାହ ଖାନ୍ ଫାଇନ୍ ଜୁଏଲାରିର ପ୍ରତିଷ୍ଠାତା ଫରାହ ଖାନ୍, ବିଶିଷ୍ଟ ଡିଜାଇନର୍‌ ଯୋଡ଼ି ଶାନ୍ତନୁ ଓ ନିଖିଲଙ୍କ ଉପସ୍ଥିତି ମେଳାର ଆକର୍ଷଣକୁ ବେଶ୍ ବଢ଼ାଇ ଦେଇଥିଲା। ଓଡ଼ିଶାର ବିଭିନ୍ନ ହାତବୁଣା ବସ୍ତ୍ରକୁ ନେଇ ଅନୁଷ୍ଠିତ ଫ୍ୟାସନ୍ ସୋ’ ରାଜ୍ୟର ସମୃଦ୍ଧ ହସ୍ତତନ୍ତକୁ ଅତି ଚମତ୍କାର ଢଙ୍ଗରେ ଉପସ୍ଥାପିତ କରିଥିଲା। ଏଥିରେ ମହିଳା ଉଦ୍ୟୋଗୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଆୟୋଜିତ ଏକ ଅଧିବେଶନରେ ସମ୍ବାଦ ଓ କନକ ନିୟୁଜ୍‌ର ସମ୍ପାଦକ ତନୟା ପଟ୍ଟନାୟକଙ୍କ  ସହ ଆଲୋଚନା କରି ଫରାହ କହିଥିଲେ ଯେ ଓଡ଼ିଶା ମୋର ପ୍ରିୟ ସ୍ଥାନ। ମୁଁ ଭୁବନେଶ୍ବରକୁ ମଧ୍ୟ ବହୁତ ଭଲ ପାଏ। ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, କଟକର ତାରକସି ସହ ଓଡ଼ିଶାର କୋଣ ଅନୁକୋଣରେ ନିଆରା କାରୁକାର୍ଯ୍ୟ ଭରି ରହିଛି। ଏହାର ପ୍ରଚାରପ୍ରସାର ଭଲ ଭାବେ କରାଗଲେ ଓଡ଼ିଶାର ସାରା ବିଶ୍ବରେ ନିଜର କାରିଗରୀ ପାଇଁ ଅଧିକ ଗ୍ରହଣୀୟ ହୋଇପାରିବ। ସେ ଶିଶୁ ଉଦ୍ୟୋଗୀଙ୍କୁ ସମ୍ବର୍ନ୍ଧିତ କରିଥିଲେ। ଏହି ଅବସରରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ଯୋଗଦେଇଥିଲେ। 

ମେଳାର ଚତୁର୍ଥ ଦିବସରେ ବିଶିଷ୍ଟ ଡିଜାଇନର୍ ଶାନ୍ତନୁ ଓ ନିଖିଲଙ୍କ ସହିତ ଏକ ଫାୟାରସାଇଡ୍‌ ଚାଟ୍‌ର ସଂଯୋଜନା କରିଥିଲେ ଏକାମ୍ର ବାଟିକାର ଅଧ୍ୟକ୍ଷା ମେଘନା ସିଂହଦେଓ। ସୁତା, ଜୁବିନା, ଟ୍ରୁ ବ୍ରାଉନ୍ସ ଓ ଶେଫାଳି ତରଫରୁ ଫ୍ୟାସନ୍‌ ସୋ’ ଆୟୋଜନ କରାଯାଇଥିଲା। ସିନେ ତାରକା ପ୍ରକୃତି ମିଶ୍ର, ଭୂମିକା ଦାସ ପ୍ରମୁଖ ସେଥିରେ ଯୋଗ ଦେଇଥିଲେ। ସେନିକ୍ କମ୍ୟୁନିକେସନ୍‌ର ପ୍ରତିଷ୍ଠାତା ଅନିନ୍ଦିତା ଗୁପ୍ତାଙ୍କ ଦ୍ବାରା ବ୍ରାଣ୍ଡ୍‌ ସ୍ପଟ୍‌ଲାଇଟ୍‌: ଏଏନ୍‌ଏଚ୍‌ ବାଏ ଅନିନ୍ଦିତା ଅନୁଷ୍ଠିତ ହୋଇଥିଲା। ବାହ୍ୟ ଅଞ୍ଚଳରେ ଏକ ଫ୍ଲାସ୍‌ ମବ୍ ଆୟୋଜନ କରାଯାଇଥିଲା। ସ୍ଥାୟୀ ଜୀବନଜୀବିକା ପାଇଁ ଫ୍ୟା‌ସନ୍ ଓ ମାର୍କେଟିଂର ବ୍ୟବହାର ଉପରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତକଳା କମିସନର ତଥା ସଚିବ ପୁନମ ଗୁହା, ସୁତାର ସହ ପ୍ରତିଷ୍ଠାତା ତାନିୟା ବିଶ୍ବାସ, ବେଦାନ୍ତର ସିଏସ୍‌ଆର୍‌ ମୁଖ୍ୟ ହରମିତ୍ ‌ସେହରା ଯୋଗଦେଇଥିଲେ। ଆଇଏନ୍‌ଡବ୍ଲୁଇସିର ସହ ଆବାହକ ସ୍ବାତୀ କେଜ୍ରିୱାଲ୍‌ ତାହାର ସଂଯୋଜନା କରିଥିଲେ। ଆଇକନିକ୍ ବ୍ରାଣ୍ଡ୍‌ ଉପରେ ଅନୁଷ୍ଠିତ ଅଧିବେଶନରେ ନାଟ୍‌ହାବିଟ୍‌ର ସହ ପ୍ରତିଷ୍ଠାତା ସ୍ବାଗତିକା ଦାସ, ଟ୍ରୁବ୍ରାଉନ୍‌ସର ପ୍ରତିଷ୍ଠାତା ଉଦିତା ବଂଶଲ, ସୁତାର ସହ ପ୍ରତିଷ୍ଠାତା ସୁଜାତା ବିଶ୍ବାସ ଯୋଗଦେଇଥିଲେ। ଓଡ଼ିଶା ବାଏ ତାନିଆର ପ୍ରତିଷ୍ଠାତା ତାନିଆ ଖୋସ୍‌ଲା ତାହାର ସଂଯୋଜନା କରିଥିଲେ। ଏହି ଅବସରରେ ସିନେ ତାରକା, ଲିପୁନ୍ ଚୌଧୁରୀ, ନୈନା ଦାସ, ଦେବଯାନୀ ଏବଂ ଆଇଏନ୍‌ଡବ୍ଲୁଇସିର ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକ, ସହ ଆବାହକ ସୁମା ଦେବୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe