Shutterstock
ଭୁବନେଶ୍ବର : ବେତନ ସଂଶୋଧନ ସମେତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନିର କର୍ମଚାରୀମାନେ ଆଜି ଦେଶବ୍ୟାପୀ ଧର୍ମଘଟ କରିଛନ୍ତି। ଫଳରେ ୪ଟି ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନିର କାର୍ଯ୍ୟାଳୟଗୁଡ଼ିକ ଆଜି ବନ୍ଦ ରହିଛି। ଦେଶରେ ପାଖାପାଖି ୬୦ ହଜାର ଏବଂ ଓଡ଼ିଶାରେ ୧୨୦୦ରୁ ୧୩୦୦ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଥିଲେ ବୋଲି ସଂଘର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
୨୦୧୭ ମସିହାରୁ କର୍ମଚାରୀମାନଙ୍କର ବେତନ ସଂଶୋଧନ ହେବାର ଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କରାଯାଇନାହିଁ। ଏଥିସହିତ ଅନ୍ୟାନ୍ୟ ଦାବି ପୂରଣ ପାଇଁ କର୍ମଚାରୀମାନେ ଆଜି ଧର୍ମଘଟକୁ ଉହ୍ଲାଇଛନ୍ତି। ଧର୍ମଘଟରେ ସାମିଲ ହୋଇଥିବା ବୀମା କମ୍ପାନିଗୁଡ଼ିକ ହେଲେ ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ, ଦି ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ, ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ଏବଂ ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ। ବ୍ୟାଙ୍କ ଏବଂ ଏଲଆଇସି କର୍ମଚାରୀଙ୍କ ବେତନ ସଂଶୋଧନ ହେବାପରେ ସାଧାରଣ ବୀମା କମ୍ପାନିର କର୍ମଚାରୀମାନେ ଅଧିକ ଅସନ୍ତୁଷ୍ଟ ହୋଇ ପଡ଼ିଛନ୍ତି।
Follow Us