କୁରୁକ୍ଷେତ୍ର ଲୋକସଭା ଆସନରୁ ନବୀନ ଜିନ୍ଦଲଙ୍କ ବିଜୟ

Advertisment
କୁରୁକ୍ଷେତ୍ର ଲୋକସଭା ଆସନରୁ ନବୀନ ଜିନ୍ଦଲଙ୍କ ବିଜୟ

ଭୁବନେଶ୍ବର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍‌ ତଥା ବିଜେପି ନେତା ନବୀନ ଜିନ୍ଦଲ ହରିୟାଣାର କୁରୁକ୍ଷେତ୍ର ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ଭାରତର ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ସେ ୫୪୨୧୭୫ ଭୋଟ୍ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ନବନିର୍ବାଚିତ ସାଂସଦ ଶ୍ରୀ ଜିନ୍ଦଲ କୁରୁକ୍ଷେତ୍ର ଲୋକସଭା ନିର୍ବାଚନମଣ୍ଡଳୀର ଜନସାଧାରଣ, ବିଜେପିର ବରିଷ୍ଠ ନେତୃତ୍ୱ ଏବଂ ଦଳୀୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଭାରତର ଜଣେ ଉଦ୍ୟୋଗପତି, ଦେଶପ୍ରେମୀ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ଶ୍ରୀ ଜିନ୍ଦଲ ଜଣାଶୁଣା। ସେ ଗତ ଚତୁର୍ଦ୍ଦଶ ଓ ପଞ୍ଚଦଶ ଲୋକସଭାରେ ସାଂସଦ ଭାବରେ କୁରୁକ୍ଷେତ୍ରର ପ୍ରତିନିଧିତ୍ବ କରିଥିଲେ। ଏହି ବିଜୟ ପରେ ସେ ତୃତୀୟ ଥର ପାଇଁ ଲୋକସଭାରେ କୁରୁକ୍ଷେତ୍ରର ପ୍ରତିନିଧିତ୍ୱ କରିବେ। ସମ୍ପ୍ରତି ସେ ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟିର ପ୍ରତିଷ୍ଠାତା କୁଳପତି ମଧ୍ୟ ଅଛନ୍ତି। ଟେକ୍ସାସ ୟୁନିଭରସିଟିରୁ ଶ୍ରୀ ଜିନ୍ଦଲଙ୍କୁ ଜୀବନବ୍ୟାପୀ ସଫଳତା ସମ୍ମାନ ମିଳିଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe