ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ସାମଗ୍ରୀର ଅବାଧ ପରିବହନ ଅନୁମତି ମିଳୁ

ବ୍ରହ୍ମପୁର ମେୟର୍‌ ହେବାକୁ ବିଜେଡିରେ ଡଜନେ ଆଶାୟୀ, ମୁଖ୍ୟମନ୍ତ୍ରୀ ଦେବେ କି ମାଷ୍ଟର ଷ୍ଟ୍ରୋକ୍‌?

image source--news 18

ଭୁବନେଶ୍ବର : ଦେଶରେ ୨୧ ଦିନ ପାଇଁ ଲକ୍‌ ଡାଉନ୍‌ ଘୋଷଣା କରାଯିବା ସହିତ ‌ଅନେକ ପ୍ରକାର କଟକଣା ଜାରି କରାଯାଇଛି। ଏହାର ପ୍ରଭାବରେ ଅତ୍ୟାବଶ୍ୟକ ଓ ଅଣ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ପରିବହନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସାମଗ୍ରୀଗୁଡ଼ିକ ଯେଭଳି ଅବାଧରେ ପରିବହନ‌ ହୋଇପାରିବ ସେଥିପାଇଁ ଅନୁମତି ପ୍ରଦାନ କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ଅତ୍ୟାବଶ୍ୟକ ଓ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଭିତରେ ପାର୍ଥକ୍ୟ ସ୍ପଷ୍ଟ କରିବା ଏକ ଜଟିଳ ବ୍ୟାପାର। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଅନୁମତି ଦେଲେ ଚେକ୍ ଗେଟ୍ ସ୍ତରରେ ଦୁର୍ନୀତି ଓ ଭେଦଭାବ ସୃ‌ଷ୍ଟି ହେବ। ସାମଗ୍ରୀ ପରିବହନକୁ ମଧ୍ୟ ତାହା ପ୍ରଭାବିତ କରିବ। ଏବେ ରାଜ୍ୟଗୁଡ଼ିକର ସୀମାରେ ଅନେକ ଗାଡ଼ି ବହୁ କିଲୋମିଟର ପର୍ଯ୍ୟନ୍ତ ଠିଆ ହୋଇଛନ୍ତି। ଓଡ଼ିଶା ସରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ସମୟରେ ଏହି ଅଭିଜ୍ଞତା ହାସଲ କରିଛନ୍ତି ଯେ ଯଦି ଅତ୍ୟାବଶ୍ୟକ ଓ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଭିତରେ ‌ପାର୍ଥକ୍ୟ ଅଣାଯିବ ତେବେ ତାହା ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ପରିବହନକୁ ପ୍ରଭାବିତ କରିବ। ଏଭଳି ଏକ ଜଟିଳ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ତାଲିକା ପ୍ରସ୍ତୁତ କରିବା, ତାହାକୁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଟି କର୍ମଚାରୀ ଓ ଅଧିକାରୀଙ୍କ ପାଖରେ ପହଞ୍ଚାଇବା ଓ ତାହାକୁ ପୂର୍ଣ୍ଣ ଅର୍ଥରେ କାର୍ଯ୍ୟକାରୀ କରିବା ବାସ୍ତବରେ ସମ୍ଭବପର ନୁହେଁ। ତେଣୁ ସାରା ଦେଶରେ ସାମଗ୍ରୀଗୁଡ଼ିକ ଯେଭଳି ନିରବଚ୍ଛିନ୍ନ ଭାବେ ପରିବହନ ହୋଇପାରିବ ସେଥିପାଇଁ ଅନୁମତି ମିଳିବା ଦରକାର। ଏହା ହେଲେ ଚେକ୍‌ ଗେଟ୍‌ଗୁଡ଼ିକରେ ଥିବା ଚାପ ହଟିଯିବ ଓ ସାମଗ୍ରୀଗୁଡ଼ିକ ଅବାଧରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚିପାରିବ। ତୁରନ୍ତ ଏହି ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe