ମୁମ୍ବାଇ: ଅଦାଲତରେ ହାଜର ହେବା ପାଇଁ ୩ ଥର ସମନ୍ ଜାରି କରାଯାଇଥିଲେ ମଧ୍ୟ ପିଏନ୍ବିରୁ ପ୍ରାୟ ୧୨,୭୦୦ କୋଟି ଟଙ୍କା ଠକି ନେଇଥିବା ହୀରା ବ୍ୟବସାୟୀ ନିରବ ମୋଦି ହାଜର ହେଉନାହାନ୍ତି। ଫଳରେ ତାଙ୍କ ବିରୋଧରେ ଏନ୍ବିବ୍ଲ୍ୟୁ ବା ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିବା ଲାଗି ପ୍ରର୍ବତନ ନିର୍ଦେଶାଳୟ ଆଜି ଅଦାଲତରେ ଆବେଦନ କରିଛି। ସ୍ୱତନ୍ତ୍ର ପିଏମ୍ଏଲ୍ଏ ଅଦାଲତର ବିଚାରପତି ଏମ୍. ଏସ. ଆଜ୍ମି ଏହି ମାମଲାର ଶୁଣାଣି କରିଛନ୍ତି। ଇଡି ପକ୍ଷରୁ ହିତେନ ଭେନେଗାଓଁକର ଏହି ମାମଲା ପରିଚାଳନା କରୁଛନ୍ତି। ଆସନ୍ତାକାଲି ନିରବଙ୍କ ଓକିଲ ଆଶୁଲ ଅଗ୍ରଓ୍ଵାଲଙ୍କ ଯୁକ୍ତି ବିଚାରପତି ଶୁଣିବେ। ଏହାପରେ ବିଚାରପତି ଯାହାକିଛି ନିର୍ଦେଶ ଦେବେ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଇଡି ଚଳିତମାସ ୧୫,୧୭ ଓ ୨୨ ତାରିଖରେ ମୋଦିଙ୍କୁ ଯଥାକ୍ରମେ ୧୬,୨୨ ଓ ୨୭ ତାରିଖରେ ଅଦାଲତରେ ହାଜର ହେବା ପାଇଁ ସମନ ହୋଇଥିଲା। ଗତକାଲି ଉକ୍ତ ଅଦାଲତ ଇଡିକୁ ଏହି ମାମଲାର ତଦନ୍ତ ୬ଟି ଦେଶରେ କରିବା ଅନୁମତି ପ୍ରଦାନ କରିଛି। ଏଥିପାଇଁ ଏଲ୍ଆର୍ ବା ଲେଟର୍ସ ରୋଗେଟରି ଜାରି କରାଯାଇଛି।
ନିରବଙ୍କ ବିରୋଧରେ ଏନ୍ବିଡବ୍ଲ୍ୟୁ ଆବେଦନ କଲା ଇଡି
Advertisment
Follow Us