୧୦ମ ଶ୍ରେଣୀ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ରେଳବାଇରେ ୩ହଜାରରୁ ଅଧିକ ଚାକିରି ସୁଯୋଗ, ବିନା ପରୀକ୍ଷାରେ ହେବ ଭର୍ତ୍ତି

ରେଳବାଇର ଘରୋଇକରଣ ହେବନି: ମନ୍ତ୍ରୀ

ନୂଆଦିଲ୍ଲୀ: ରେଳବାଇରେ ଚାକିରି ପାଇବାର ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ୩ହଜାରରୁ ଅଧିକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ନାର୍ଦନ ରେଲୱେର ରେଲୱେ ରିକ୍ରୁଟମେଣ୍ଟ ସେଲ ପାଖାପାଖି ୩୦୯୩ଟି ଅପ୍ରେଣ୍ଟିସ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଧିକାରିକ ୱେବସାଇଟ rrcnr.orgକୁ ଯାଇ ଜାରି ନୋଟିଫିକେସନ ଡାଉନଲୋଡ କରି ଅଧିକ ସୂଚନା ପାଇ ପାରିବେ। ଏଥିସହିତ ପ୍ରାର୍ଥୀ ଏହି ପଦବୀ ପାଇଁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଆବେଦନ କରି ପାରିବେ।

ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ଶ୍ରେଣୀ ପାସ କରିଥିବା ଆବଶ୍ୟକ ରହିଛି। ଏଥିସହିତ ଆଇଟିଆଇ ସାର୍ଟିଫିକେଟ ଥିବା ବି ଅନିବାର୍ଯ୍ୟ ରହିଛି।

RRC Central Railway recruitment: 10th pass can apply for 2,532 apprentice posts | Jobs News,The Indian Express

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୫ବର୍ଷରୁ ୨୪ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ। ଆବେଦନ ପାଇଁ ୧୦୦ଟଙ୍କା ପ୍ରଥମେ ଜମା କରିବାକୁ ପଡ଼ିବ।
ଅନଲାଇନ ଆପ୍ଲିକେସନ ପ୍ରକ୍ରିୟା ସେପ୍ଟେମ୍ବର ୨୦ରୁ ଜାରି ରହି ଅକ୍ଟୋବର ୨୦ପର୍ଯ୍ୟନ୍ତ ରହିବ। ଆବେଦନକାରୀଙ୍କ ଚୟନ ମେରିଟ ଆଧାରରେ ହେବ। କୌଣସି ଲଖିତ ପରୀକ୍ଷା ବା ଇଣ୍ଟରଭ୍ୟୁ ହେବ ନାହିଁ।

(https://cdn.thepublive.com/sambad/media/pdf_files/0d0ddd88799872f251dfe50817f87a0b4079ea31ab7a746f3b15dd1fd953d125.pdf)ଆବେଦନକାରୀ ଏହି ଲିଙ୍କକୁ ଯାଇ ଅଧିକ ସୂଚନା ପାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe