ବୃଦ୍ଧି ପାଇପାରେ ଗରିବ ରଥର ଟିକେଟ ମୂଲ୍ୟ ! କାରଣ ଜାଣନ୍ତୁ

Advertisment
ବୃଦ୍ଧି ପାଇପାରେ ଗରିବ ରଥର ଟିକେଟ ମୂଲ୍ୟ ! କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଗରିବ ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତ ସରକାର ବାତାନୁକାଳୀନ ବା ଶୀତତାପ ନିୟନ୍ତ୍ରଣ ଟ୍ରେନ ଗରିବ ରଥ ଆରମ୍ଭ କରିଥିଲେ । ଏଣିକି ଏହି ଟ୍ରେନରେ ଯାତ୍ରା କରିବାକୁ ହେଲେ ଆପଣଙ୍କୁ ଅଧିକ ଅର୍ଥ ଦେବାକୁ ପଡିପାରେ ବୋଲି ରବିବାର ସୂଚନା ମିଳିଛି।

ପିଟିଆଇର ଏକ ରିପୋର୍ଟ ଅନୁସାରେ, ଖୁବଶୀଘ୍ର ସରକାର ଗରିବ ରଥ ଟ୍ରେନର ଦର ବଢାଇ ପାରନ୍ତି। ରେଳ ବିଭାଗ ବେଡେରୋଲର ୨୫ ଟଙ୍କା ବଢାଇବା ପାଇଁ ସରକାର ଯୋଜନା କରୁଛନ୍ତି । କାରଣ ବର୍ତ୍ତମାନ ବଜାରରେ ଯେପରି ଭାବରେ ଦରଦାମ ବୃଦ୍ଧି ହେଉଛି ସେଥିରୁ ସ୍ପଷ୍ଟ ଭାବରେ ଦେଖାଯାଉଛି କି ରେଳ ବିଭାଗ ଏହି ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କଠାରୁ ଅଧିକ ଟଙ୍କା ଟିକେଟ ଆକାରରେ ନେଇ ପାରନ୍ତି।

ଏହି ସ୍ୱତନ୍ତ୍ର ଟ୍ରେନରେ ବ୍ୟବହାର ଉପଯୋଗୀ ସମସ୍ତ ଉପକରଣ ଦାମ ବଢିବାରେ ଲାଗିଛି । ତେଣୁ ଖର୍ଚ୍ଚ ଅନୁସାରେ ଦାମ ବଢାଇବା ପାଇଁ ସରକାର ଚିନ୍ତା କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe