ରୁଷ୍‌ ତେଲ କିଣାର ପୁନର୍ବିଚାର ଆବଶ୍ୟକ: ରାଜନ

ରୁଷ୍‌ରୁ ତେଲ କିଣୁଥିବାରୁ ଖପ୍ପା ହୋଇ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛି। ତାହା ଭାରତୀୟ ଅର୍ଥନୀତି ପ୍ରତି ଏକ ବଡ଼ ସଙ୍କଟ ଡାକି ଆଣିଛି। ଏଭଳି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ରୁଷ୍‌ ତୈଳ....

Raghuram Rajan

ନୂଆଦିଲ୍ଲୀ: ରୁଷ୍‌ରୁ ତେଲ କିଣୁଥିବାରୁ ଖପ୍ପା ହୋଇ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛି। ତାହା ଭାରତୀୟ ଅର୍ଥନୀତି ପ୍ରତି ଏକ ବଡ଼ ସଙ୍କଟ ଡାକି ଆଣିଛି। ଏଭଳି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ରୁଷ୍‌ ତୈଳ କ୍ରୟ ନୀତିର ପୁନର୍ବିଚାର କରିବାକୁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଆମକୁ ପ୍ରଥମେ ପ୍ରଶ୍ନ କରିବାକୁ ପଡ଼ିବ, ଏହା ଦ୍ବାରା କିଏ ଲାଭବାନ ହେଉଛି ଓ କିଏ କ୍ଷତଗ୍ରସ୍ତ ହେଉଛି। 

ରୁଷ୍ ତେଲରୁ ଆମଦାନିକାରୀମାନେ ବିପୁଳ ଲାଭ କରୁଛନ୍ତି। କିନ୍ତୁ ଟ୍ରମ୍ପ ଲଗାଇଥିବା ଶୁଳ୍କ ଦ୍ବାରା ରପ୍ତାନିକାରୀମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ରାଜନ କହିଛନ୍ତି ଯେ ଯଦି ରୁଷ ତେଲରୁ ମିଳୁଥିବା ଲାଭ ବହୁତ ବଡ଼ ନୁହେଁ, ତେବେ ତାହାର ପୁନର୍ବିଚାର କରିବାର ଆବଶ୍ୟକତା ରହିଛି। ଜଣେ ବାଣିଜ୍ୟ ସହଯୋଗୀ ଉପରେ ଅତ୍ୟଧିକ ନିର୍ଭରଶୀଳ ରହିବାର ପରିଣାମ କ’ଣ ହୋଇପାରେ, ସେଥିପାଇଁ ଆମେରିକା ଶୁଳ୍କ ଭାରତ ପାଇଁ ଏକ ସତର୍କ ଘଣ୍ଟି ବୋଲି ରାଜନ କହିଛନ୍ତି। ତାଙ୍କ ମତରେ ଆଜିର ଦୁନିଆରେ ବାଣିଜ୍ୟ, ନିବେଶ ଓ ଫାଇନାନ୍ସକୁ ସ୍ବାର୍ଥ ହାସଲ କରିବା ଲାଗି ବିଶ୍ବବ୍ୟାପୀ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ସେହିପରି ରାଜନ କହିଛନ୍ତି ଯେ ଆମେରିକା ଓ ୟୁରୋପ ଉଭୟ ଭାରତରୁ ତେଲ କିଣୁଛନ୍ତି। ଯଦି ସେମାନଙ୍କୁ ପସନ୍ଦ ଆସୁନାହିଁ, ତେବେ କିଣନ୍ତୁ ନାହିଁ। କିଏ ସେମାନଙ୍କୁ ବାଧ୍ୟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe