୨ଲକ୍ଷ ସବସ୍କ୍ରାଇବର ହରାଇବା ପରେ ଆକାଉଣ୍ଟ ସେୟାରିଂ ବନ୍ଦ କରିପାରେ ନେଟଫ୍ଲିକ୍ସ

Advertisment
୨ଲକ୍ଷ ସବସ୍କ୍ରାଇବର ହରାଇବା ପରେ ଆକାଉଣ୍ଟ ସେୟାରିଂ ବନ୍ଦ କରିପାରେ ନେଟଫ୍ଲିକ୍ସ

ନୂଆଦିଲ୍ଲୀ: ଜଣାଶୁଣା କମ୍ପାନି ନେଟଫ୍ଲିକ୍ସ ଏବେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରାୟ ୧୦୦ଦିନ ମଧ୍ୟରେ ନେଟଫ୍ଲିକ୍ସ ନିଜର ୨ଲକ୍ଷ ଗ୍ରାହକଙ୍କୁ ହରାଇଛି। ଏହାର ଅର୍ଥ ହେଉଛି କମ୍ପାନି ଏକ ଚତୁର୍ଥାଂଶ ଅଂଶ ହରାଇଛି। ଚଳିତ ବର୍ଷ ପ୍ରଥମ ତ୍ରୈମାସରେ କମ୍ପାନି ନିଜର ଅନେକ ଗ୍ରାହକ ହରାଇଥିବା ପ୍ରକାଶ କରିଛି। ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କମ୍ପାନି ଏଭଳି ସମସ୍ୟାର ସାମ୍ନା କରୁଥିବା କହିଛି।

କମ୍ପାନି ଦେଇଥିବା ସୂଚନା ଅନୁଯାୟୀ, ନେଟଫ୍ଲିକ୍ସ ଚଳିତ ବର୍ଷର ପ୍ରଥମ ତ୍ରୈମାସରେ୨୨୧.୬ ନିୟୁତ ଗ୍ରାହକଙ୍କୁ ହରାଇଛି। ନେଟଫ୍ଲିକ୍ସ ଦ୍ବାରା ଜାରି କରାଯାଇଥିବା ଚିଠିରେ ଲେଖାଯାଇଛି ଯେ, ଆମେ ଯେତେ ଶୀଘ୍ର ଚାହୁଁଛୁ, ସେତେ ଶୀଘ୍ର ରାଜସ୍ୱ ବୃଦ୍ଧି କରିପାରୁନାହୁଁ। ଅନେକ କାରଣରୁ ନେଟଫ୍ଲିକ୍ସର ଗ୍ରାହକ ହ୍ରାସ ପାଇଛନ୍ତି। ଘରେ ସୁଲଭ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଓ ସ୍ମାର୍ଟ ଟିଭିର ଅଭାବ ଗ୍ରାହକ କମ ହେବା ପଛରେ ଏକ ବଡ କାରଣ ହୋଇପାରେ। ଏଥିସହ ଗ୍ରାହକଙ୍କ ଗୋଟେ ଆକାଉଣ୍ଟ ସହ ତାଙ୍କ ଘର ଲୋକ ଏବଂ ବନ୍ଧୁମାନେ ଯୋଡ଼ି ହେଉଥିବାରୁ, ଏହା ମଧ୍ୟ ସବସ୍କ୍ରାଇବର ହ୍ରାସ ପାଇବାର ଏକ କାରଣ ‌ହୋଇପାରେ।

Netflix को लगा तगड़ा झटका, 100 दिनों के अंदर खो दिए लाखों सब्सक्राइबर्स

ଏହା ସହିତ କମ୍ପାନି କହିଛି ଯେ, ନେଟଫ୍ଲିକ୍ସ ଆମେରିକା, କାନାଡା, ବ୍ରିଟେନ ସମେତ ଅନେକ ଦେଶରେ ରିଚାର୍ଜ ମୂଲ୍ୟ ବୃଦ୍ଧି କରିଛି। ବୋଧହୁଏ ଏହା କ୍ଷତିର ଏକ କାରଣ ମଧ୍ୟ ହୋଇପାରେ। ନେଟଫ୍ଲିକ୍ସ ଆମେରିକା ଏବଂ କାନାଡାରେ ୬ଲକ୍ଷ ଗ୍ରାହକ ହରାଇଥିବାରୁ ଖୁବ ଶୀଘ୍ର ଆକାଉଣ୍ଟ ସେୟାରିଂ ବନ୍ଦ କରିପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe