ଦକ୍ଷିଣ ପୂର୍ବ ରେଳପଥର ନୂଆ ଏଜିଏମ୍‌

Advertisment
ଦକ୍ଷିଣ ପୂର୍ବ ରେଳପଥର ନୂଆ ଏଜିଏମ୍‌

କୋଲକାତା : ଦକ୍ଷିଣ ପୂର୍ବ ରେଳପଥର ନୂଆ ଅତିରିକ୍ତ ମହାପ୍ରବନ୍ଧକ ବା ଏଜିଏମ୍ ଭାବେ ଅତୁଲ୍ୟ ସିହ୍ନା ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଇଷ୍ଟର୍ଣ୍ଣ ରେଲ୍‌ୱେର ଚିଫ୍‌ ୱାର୍କସପ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ୧୯୮୬ ବ୍ୟାଚ୍‌ର ଭାରତୀୟ ରେଳ ସେବାର ମେକାନିକାଲ୍ ଇଞ୍ଜିନିୟର ଶ୍ରୀ ସିହ୍ନା ୧୯୮୮ରେ ଦକ୍ଷିଣ କେନ୍ଦ୍ରୀୟ ରେଳପଥର ଅତିରିକ୍ତ ମେକାନିକାଲ୍ ଇଞ୍ଜିନିୟର ଭାବେ ଭାରତୀୟ ରେଳରେ ଚାକିରି ଜୀବନ ଆରମ୍ଭ କରିଥିଲେ। ମେକାନିକାଲ୍ ଆଣ୍ଡ୍ ପ୍ରଡକ୍ସନ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ୍‌ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ସିହ୍ନା ହେଉଛନ୍ତି ଇନଷ୍ଟିଚ୍ୟୁସନ ଅଫ୍ ଇଞ୍ଜିନିୟର୍ସ ଓ ଇନଷ୍ଟିଚ୍ୟୁସନ ଅଫ୍‌ ମେକାନିକାଲ୍ ଇଞ୍ଜିନିୟର୍ସର ଫେଲୋ। ସରକାରୀ କାର୍ଯ୍ୟରେ ସେ ବିଭିନ୍ନ ରାଷ୍ଟ୍ର ଭ୍ରମଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe