ଭୁବନେଶ୍ୱର: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି)ର ୫୬ତମ ଏଟିଏମ୍ ପୁରୀ ଶ୍ରୀବିହାର ଶାଖାରେ ଆଜି ଖୋଲାଯାଇଛି। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଏହି ନୂଆ ଏଟିଏମ୍କୁ ଉଦ୍ଘାଟନ କରିଛନ୍ତି। ଏହି ଉତ୍ସବରେ ପୁରୀ ଡିଆର୍ଡିଏର ପ୍ରକଳ୍ପ ନିର୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝୀ, ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ରମେଶ ଚନ୍ଦ୍ର ମହାକୁଡ଼ ଓ ଶାଖା ପରିଚାଳକ ସତ୍ୟବ୍ରତ ନନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀବିହାର ଶାଖାରେ ଏକ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ଵାଲ ମୁଦ୍ରା ଯୋଜନାରେ ମନୋନୀତ ଋଣଗ୍ରହୀତାମାନଙ୍କୁ ବ୍ୟାଙ୍କ ତରଫରୁ ସମ୍ବର୍ଦ୍ଧିତ କରାିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର କୋଅର୍ଡିନେଟର ହରିହର ପଣ୍ଡା ଉପସ୍ଥିତ ରହି ଗ୍ରାହକମାନଙ୍କୁ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଓ ଗୋ -ଡିଜିଟାଲ ଉପରେ ସୂଚନା ଦେଇଥିଲେ।
ଓଜିବିର ନୂଆ ଏଟିଏମ୍ ଉଦ୍ଘାଟିତ
Advertisment
Follow Us