୨୦୨୫ ମଇ ୧ତାରିଖ ଠାରୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ: ଆରବିଆଇର ସୂଚନା

Advertisment

ନୂତନ ନିୟମ କାର୍ଯ୍ୟକାରୀ ହେବାପରେ ଗ୍ରାହକମାନଙ୍କୁ ପ୍ରତି ମାସରେ ସେମାନଙ୍କର ଏଟିଏମ୍ ବ୍ୟବହାରର ହିସାବ ରଖିବାକୁ ପଡିବ।  ଅତି ଜରୁରୀ ନ ହେଲେ ଏଟିଏମ୍ ନେଣଦେଣରୁ ବଞ୍ଚିତ ରୁହନ୍ତୁ।

ନୂତନ ନିୟମ କାର୍ଯ୍ୟକାରୀ ହେବାପରେ ଗ୍ରାହକମାନଙ୍କୁ ପ୍ରତି ମାସରେ ସେମାନଙ୍କର ଏଟିଏମ୍ ବ୍ୟବହାରର ହିସାବ ରଖିବାକୁ ପଡିବ।  ଅତି ଜରୁରୀ ନ ହେଲେ ଏଟିଏମ୍ ନେଣଦେଣରୁ ବଞ୍ଚିତ ରୁହନ୍ତୁ।

rtu

ନୂଆଦିଲ୍ଲୀ: ଏଟିଏମ୍ ସମ୍ବନ୍ଧୀୟ ନିୟମରେ ୨୦୨୫ ମଇ ୧ତାରିଖ ଠାରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନୂତନ ନିର୍ଦ୍ଦେଶ ଅନୁଯାୟୀ, ଏଟିଏମ୍ ଲେଣଦେଣର ସୀମା, ଚାର୍ଜ ଏବଂ ଇଣ୍ଟରଚେଞ୍ଜ ଫି ସମ୍ପର୍କିତ ନିୟମରେ ସଂଶୋଧନ କରାଯାଇଛି। ଏଚଡିଏଫସି ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ ଭଳି ଅନେକ ବ୍ୟାଙ୍କ ନୂତନ କାରବାର ଶୁଳ୍କ ବିଷୟରେ ସୂଚନା ଦେଇଛନ୍ତି।

ଏଟିଏମ୍ ନେଟୱାର୍କକୁ ଅଧିକ ସ୍ୱଚ୍ଛ ଏବଂ ଗ୍ରାହକ ଅନୁକୂଳ କରିବା ପାଇଁ ଆରବିଆଇ ଲକ୍ଷ୍ୟ ରଖିଛି। ଏହି ଦିଗରେ ୨୦୨୫ ମଇ ୧ତାରିଖ ଠାରୁ ନୂତନ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେଉଛି। 

ଏହି ନିୟମ ଅନୁଯାୟୀ, ମାଗଣା କାରବାର ପାଇଁ ଏକ ସୀମା ସ୍ଥିର କରାଯାଇଛି ଏବଂ ଯଦି ଗ୍ରାହକ ଏହି ସୀମା ଅତିକ୍ରମ କରନ୍ତି, ତେବେ ଗ୍ରାହକମାନଙ୍କଠାରୁ ଅଧିକ ଶୁଳ୍କ ଆଦାୟ କରାଯିବ। ଏହି ପରିବର୍ତ୍ତନଗୁଡ଼ିକ ମେଟ୍ରୋ ଏବଂ ଅଣ-ମେଟ୍ରୋ ବର୍ଗର ସହରଗୁଡ଼ିକରେ ପ୍ରଯୁଜ୍ୟ ହେବ ଏବଂ ପ୍ରାୟ ପ୍ରତ୍ୟେକ ବ୍ୟାଙ୍କ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ।

ନୂତନ ନିୟମ ଅନୁଯାୟୀ, ମେଟ୍ରୋ ସହରଗୁଡ଼ିକରେ ଗ୍ରାହକମାନେ ପ୍ରତିମାସରେ ମାତ୍ର ୩ଥର ଏଟିଏମରୁ ନେଣଦେଣ କରିପାରିବେ। 

ସେହିପରି ନନ-ମେଟ୍ରୋ ସହରଗୁଡ଼ିକରେ ଏହି ସୀମା ୫ଥର ରହିଛି। ଏହି ସୀମା ଆର୍ଥିକ (ଯେପରିକି ନଗଦ ଉଠାଣ) ଏବଂ ଅଣ-ଆର୍ଥିକ (ଯେପରିକି ବାଲାନ୍ସ ଯାଞ୍ଚ, ମିନି ଷ୍ଟେଟମେଣ୍ଟ) ଉଭୟ କାରବାର ପାଇଁ ପ୍ରଯୁଜ୍ୟ ହେବ।

ଯଦି ଜଣେ ଗ୍ରାହକ ନିର୍ଦ୍ଧାରିତ ମାଗଣା ସୀମାଠାରୁ ଅଧିକ ନେଣଦେଣ କରନ୍ତି, ତେବେ ତାଙ୍କୁ ପ୍ରତ୍ୟେକ ନେଣଦେଣ ପିଛା ସର୍ବାଧିକ ୨୩ ଟଙ୍କା ଶୁଳ୍କ ଦେବାକୁ ପଡ଼ିପାରେ। ଏଥିରେ ଟିକସ ପୃଥକ ଭାବରେ ଆଦାୟ କରାଯିବ। ନଗଦ ଟଙ୍କା ଜମାରେ ଏହା ଲାଗୁ ହେବନାହିଁ।

ଏହି ନୂତନ ନିୟମ କାର୍ଯ୍ୟକାରୀ ହେବାପରେ ଗ୍ରାହକମାନଙ୍କୁ ପ୍ରତି ମାସରେ ସେମାନଙ୍କର ଏଟିଏମ୍ ବ୍ୟବହାରର ହିସାବ ରଖିବାକୁ ପଡିବ।  ଅତି ଜରୁରୀ ନ ହେଲେ ଏଟିଏମ୍ ନେଣଦେଣରୁ ବଞ୍ଚିତ ରୁହନ୍ତୁ।  କେବଳ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଏଟିଏମ୍ ବ୍ୟବହାର କରନ୍ତୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe