ବଜାରକୁ ଆସିଲା ନୂଆ ବେଡରକ୍‌ ଜିପ୍‌

Advertisment
ବଜାରକୁ ଆସିଲା ନୂଆ ବେଡରକ୍‌ ଜିପ୍‌

ମୁମ୍ବାଇ: ଏଫସିଏ ଇଣ୍ଡିଆ ପକ୍ଷରୁ ନିଜର ପୁନେସ୍ଥିତ ରଂଜନଗାଓଁ କାରଖାନାରେ ଉତ୍ପାଦନ ହେଉଥିବା ଜିପ କମ୍ପାସ ମାତ୍ର ୧ ବର୍ଷ ମଧ୍ୟରେ ୨୫ ହଜାର ବିକ୍ରି ମାଇଲ ଖୁଣ୍ଟ ଟପିଛି । ୨୫ ହଜାର ତମ ବିକ୍ରି ମାଇଲଖୁଣ୍ଟକୁ ସ୍ମରଣୀୟ କରିବା ପାଇଁ ‘ବେଡରକ୍‌‘ ଜିପ୍‌ କମ୍ପାସ୍‌କୁ ଲଞ୍ଚ୍‌ କରାଯାଇଛି ।  ବେଡ୍‌ରକ୍‌ ସ୍ପୋର୍ଟସ୍‌ ଟ୍ରିମ୍‌ରେ ଆସିବ ଓ ଏଥିରେ ୨.୦ ଲିଟର ୧୭୩ ପିଏସ୍‌ ଟର୍ବୋ ଡିଜେଲ୍‌ ଇଂଜିନ, ଛଅ ସ୍ପିଡ୍‌ ମାନୁଆଲ୍‌ ଟ୍ରାନ୍ସମିସନ୍‌, ୪X୨ ଡ୍ରାଇଭ ବ୍ୟବସ୍ଥା ରହିବ। ଜିପ୍‌ କମ୍ପାସ୍‌ ହେଉଛି ଆଜି ଦିନରେ ସଡ଼କରେ ଥିବା ସବୁଠୁ ସୁରକ୍ଷିତ ଏସ୍‌ୟୁଭି, ଯାହା ୨୦୧୭ ଜୁଲାଇ ୩୧ରେ ଉନ୍ମୋଚିତ ହୋଇଥିଲା ଓ ସେହିଦିନଠାରୁ ଏହା ଭାରତୀୟ ଏସୟୁଭି ବଜାରରେ ପ୍ରତିଦ୍ୱନ୍ଦିତାକୁ ଅଧିକ ଆହ୍ଵାନପୂର୍ଣ୍ଣ କରିଥିବା କୁହାଯାଉଛି, ଯାହା ଚାରି ଚକିଆ କିଣାକିଣିରେ ଉଲ୍ଲେଖନୀୟ ପରିବର୍ତନ ଆଣିଛି ଓ ଏହା ଗ୍ରାହକଙ୍କ ଆକାଂକ୍ଷାକୁ ଏକ ନୂତନ ସ୍ତରରେ ପହଞ୍ଚାଇ ଦେଇଛି।  ଜିପ୍‌ କମ୍ପାସ୍‌ ବେଡ୍‌ରକ୍‌ ଲିମିଟେଡ୍‌ ଏଡିସନ୍‌ରେ ରିଭର୍ସ ପାର୍କିଂ କ୍ୟାମେରା, ୧୬-ଇଞ୍ଚ ଗ୍ଲସ୍‌ କଳା ରଙ୍ଗର ଆଲଏ ହ୍ଵିଲ୍‌, ଇନ୍‌ଗ୍ରେସ୍‌ ପାଇଁ ସାଇଡ୍‌ ଷ୍ଟେପ୍‌, ବେଡ୍‌ରକ୍‌ ବ୍ରାଣ୍ଡେଡ୍‌ ସିଟ୍‌ କଭର୍‌, କଳା ରୁଫ୍‌ ରେଲ୍‌, ପ୍ରିମିୟମ୍‌ ଫ୍ଲୋର୍‌ ମ୍ୟାଟ୍‌, ବେଡରକ୍‌ ଡେକାଲ୍‌ ଓ ବେଡ୍‌ରକ୍‌ ମୋନୋଗ୍ରାମ୍‌ ରହିଛି । ବେଡ୍‌ରକ୍‌ ଲିମିଟେଡ୍‌ ଏଡିସନ୍‌, ୪x୨, ୨.୦ ଲିଟର ଟର୍ବୋ ଡିଜେଲ୍‌ ସହିତ ୬ ସ୍ପିଡ୍‌ ମାନୁଆଲ୍‌ ଟ୍ରାନ୍ସମିସନର ମୂଲ୍ୟ ୧୭.୫୩ ଲକ୍ଷ ଟଙ୍କା (ଏକ୍ସ-ଦିଲ୍ଲୀ) ରହିଛି ଓ ଏହା ତିନିଟି ରଙ୍ଗ-ଭୋକାଲ୍‌ ହ୍ଵାଇଟ୍‌, ମିନିମାଲ୍‌ ଗ୍ରେ ଓ ଏକ୍‌ଜୋଟିକା ରେଡ୍‌ରେ ଉପଲବ୍ଧ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe