ଆଇଏଲ୍‌ଏମ୍‌ଏସ୍‌ ଉପରେ ନୂଆ ପୁସ୍ତକ

ଆଇଏଲ୍‌ଏମ୍‌ଏସ୍‌ ଉପରେ ନୂଆ ପୁସ୍ତକ

ଭୁବନେଶ୍ବର: ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଲିଗାଲ୍ ମନିଟରିଂ ସି‌ଷ୍ଟମ (ଆଇଏଲ୍ଏମ୍‌ଏସ୍‌) ଉପରେ ପ୍ରସ୍ତୁତ ଏକ ନୂଆ ପୁସ୍ତକକୁ ଆଜି ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଚିବ ମନୋଜ ମିଶ୍ର ଉନ୍ମୋଚନ କରିଛନ୍ତି। ଏନେଇ ଓକାକ୍ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ଏହି ପୁସ୍ତକରେ ଆଇଏଲ୍‌ଏମ୍‌ଏସ୍‌ର ଯାତ୍ରା, ଏହାର ଲାଭ ଓ ଭବିଷ୍ୟତ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଡିଜିଟାଲ ସମାଧାନ ଆଇନଗତ ମାମଲାଗୁଡ଼ିକର ପରିଚାଳନା ବିଭାଗ ପାଇଁ ସହଜ କରିଛି। ଏଥିରେ ଶୁଣାଣି ତାରିଖ, ଜବାବ ଦାଖଲ, କୋର୍ଟଙ୍କ ନିର୍ଦେଶ ଓ ସମୟ ସୀମା ଆଦିର ଆଲର୍ଟ ସହଜରେ ମିଳୁଛି ବୋଲି ସେ କହିଛନ୍ତି। ଆଇନଗତ ମାମଲା ପରିଚାଳନା କ୍ଷେତ୍ରରେ ପ୍ରଯୁକ୍ତି ଜ୍ଞାନ କୌଶଳକୁ ବ୍ୟବହାର କରିବାରେ ଓଡ଼ିଶା ହେଉଛି ଅନ୍ୟତମ ଅଗ୍ରଦୂତ ରାଜ୍ୟ ବୋଲି ସଚିବ ଶ୍ରୀ ମିଶ୍ର କହିଛନ୍ତି।

ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ ଏହାର ପରୀକ୍ଷଣ କରାଯାଇଥିଲା। ଏହି ମାମଲା କାର୍ଯ୍ୟକାରୀ ହେବା ପୂର୍ବରୁ ବିଭାଗ ନାମରେ ହାରାହାରି ଭାବେ ଦୈନିକ ୧୦ ମାମଲା ରୁଜୁ ହେଉଥିଲା। ୨୦୧୭ରେ ୮୦,୦୦୦ ମାମଲା ରହିଥିଲା। ୨୦୨୨ ଏପ୍ରିଲ୍ ସୁଦ୍ଧା ମାମଲା ସଂଖ୍ୟା ୫୯ ପ୍ରତିଶତ ହ୍ରାସ ପାଇ ୩୨,୬୫୪ରେ ପହଞ୍ଚିଛି। ନ୍ୟାସନାଲ୍ ଜୁଡିସିଆଲ ଡାଟା ଗ୍ରିଡ୍‌ ତଥ୍ୟ ଅନୁସାରେ ଦେଶରେ ୪୨.୪ ନିୟୁତ ମାମଲା ବିଚାର ଅପେକ୍ଷାରେ ରହିଛି। ସେଥିରୁ ୪୦ ପ୍ରତିଶତ ମାମଲାରେ ଏକ ସରକାରୀ କାର୍ଯ୍ୟାଳୟ ବା ବିଭାଗକକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe