ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ରାଜ୍ୟର ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ ‘ବଣିକ୍’ ପକ୍ଷରୁ ନୂଆ ସଂକଳ୍ପ ଘୋଷଣା କରାଯାଇଛି। ମେଧାବୀ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟପଥରୁ ଆର୍ଥିକ ପ୍ରତିବନ୍ଧକ ଦୂର କରିବାକୁ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ ହେବ। ଆର୍ଥିକ ଅନଗ୍ରସର ପିଲାଙ୍କୁ ମାଗଣା କୋଚିଂ ସୁବିଧା ସହିତ ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବାକୁ ଏକ ସାମାଜିକ ପ୍ରତିବଦ୍ଧତା ଭାବେ ଗ୍ରହଣ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସୁବ୍ରତ କୁମାର ଛାଟୋଇ କହିଛନ୍ତି। ଶିକ୍ଷାନୁଷ୍ଠାନ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଆଇଆରସି ଭିଲେଜସ୍ଥିତ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ଗଠନ ସଂକଳ୍ପର ଅବତାରଣା କରିଥିଲେ ପ୍ରତିଷ୍ଠାତା ଶ୍ରୀ ଛାଟୋଇ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us