ନ୍ୟୁୟର୍କ ବୁଲିବାକୁ ଚାହୁଁଛନ୍ତି କି? କେବଳ ଖର୍ଚ୍ଚ କରିବାକୁ ପଡ଼ିବ ୧୩,୪୯୯ଟଙ୍କା !

Advertisment
ନ୍ୟୁୟର୍କ ବୁଲିବାକୁ ଚାହୁଁଛନ୍ତି କି? କେବଳ ଖର୍ଚ୍ଚ କରିବାକୁ ପଡ଼ିବ ୧୩,୪୯୯ଟଙ୍କା !

oneindia

ନୂଆଦିଲ୍ଲୀ : ଯଦି ଆପଣ ବିଦେଶ ବୁଲିବା ପାଇଁ ମନସ୍ଥ କରିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ମାତ୍ର ୧୩,୪୯୯ ଟଙ୍କାରେ ନୂଆଦିଲ୍ଲୀରୁ ନ୍ୟୁୟର୍କର ଯାତ୍ରା କରିପାରିବେ । ଯେଉଁଠାରେ ସାଧାରଣତଃ ଗ୍ରାହକଙ୍କୁ ୫୦ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିଥାଏ ବର୍ତ୍ତମାନ ତାହା ମାତ୍ର ୧୩,୪୯୯ ଟଙ୍କାରେ ହୋଇପାରିବ। ଏହି ଅର୍ଥରେ ଆପଣ ବିଦେଶ ଭ୍ରମଣ କରି ଆସିପାରିବେ । ପ୍ରକୃତରେ ଏକ ବିଦେଶୀ ଏୟାରଲାଇନ ତାହାର ଗ୍ରାହକଙ୍କ ପାଇଁ ଏକ ବମ୍ପର ଅଫର ଆରମ୍ଭ କରିଛି। ଏହି ଅଫରଟି ଓ୍ଵାଓ ବିମାନ କମ୍ପାନି ତରଫରୁ ଆରମ୍ଭ କରାଯାଇଛି।

publive-image oneindia

ଓ୍ଵାଓ ଏୟାରଲାଇନ୍‌ର ମୁଖ୍ୟ ସ୍କୁଲି ମେଗନେସେନ୍‌ ଏହି ବମ୍ପର ଅଫର ଘୋଷଣା କରିବାକୁ ଯାଇ କହିଛନ୍ତି “ଦିଲ୍ଲୀ ଠାରୁ ଉତ୍ତର ଆମେରିକା ପାଇଁ ଖୁବ ଶୀଘ୍ର କମ୍‌ ବଜେଟର ବିମାନ ସେବା ଆରମ୍ଭ କରାଯାଉଛି। ଏଥିଲାଗି ଉତ୍ତର ଆମେରିକା ଯିବା ପାଇଁ ବିମାନ କମ୍ପାନି ସବୁଠାରୁ କମ୍‌ ଦୂରତା ବିଶିଷ୍ଟ ରୁଟ୍‌ ଚୟନ କରିଛି। ଏଥିପାଇଁ ବିମାନ ଆଇସ୍‌ଲ୍ୟାଣ୍ଡ ଦେଇ ଯାତ୍ରା କରିବ । ଏହା ଦ୍ୱାର କମ୍‌ ଇନ୍ଧନ ଖର୍ଚ୍ଚ ଦେବା ସହ ବିମାନ ଟିକେଟର ଦାମ ମଧ୍ୟ କମ ହେବ। ” ଏହି ବିମାନରେ ଅନ୍ୟ ବିମାନ ଭଳି ପ୍ରିମିୟମ ଏବଂ ବିଜନେସ କ୍ଲାସ ବସିବା ବ୍ୟବସ୍ଥା କରାଯାଇଛି। ଯାତ୍ରାର ସମୟ ଏବଂ ଟିକେଟ ଦର କମ ହେବା ଯୋଗୁଁ ଏହାର ସେବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ବୋଲି ଏୟାରଲାଇନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି ସୁବିଧା ଏବଂ ଟିକେଟ ଦର ଆସନ୍ତା ଡ଼ିସେମ୍ବର ମାସରୁ ଆରମ୍ଭ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe