ନୂଆ ଇ-କମର୍ସ ନୀତି: ଚିନ୍ତା ପ୍ରକଟ କଲେ ଆମାଜନ, ଟାଟା

Advertisment

ମତାମତ ପାଇଁ ମହଲତ ବୃଦ୍ଧି ଦାବିକୁ ବିରୋଧ

ମତାମତ ପାଇଁ ମହଲତ ବୃଦ୍ଧି ଦାବିକୁ ବିରୋଧ

ନୂଆ ଇ-କମର୍ସ ନୀତି: ଚିନ୍ତା ପ୍ରକଟ କଲେ ଆମାଜନ, ଟାଟା

Business Today

ନୂଆଦିଲ୍ଲୀ, ୪/୭: କେନ୍ଦ୍ର ସରକାରଙ୍କ ନୂଆ ଇ-କମର୍ସ ନୀତି ନେଇ ଚିନ୍ତା ପ୍ରକଟ କରିଛନ୍ତି ଆମାଜନ୍ ଓ ଟାଟା। ଏହି ନୀତି ଦ୍ବାରା ବ୍ୟବସାୟ ମଡେଲ୍‌ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଥିବା ସେମାନେ କହିଛନ୍ତି। ଏହି ନୀତି ବିଷୟରେ ଆଲୋଚନା କରିବା ଲାଗି ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଓ ଇନଭେଷ୍ଟ୍ ଇଣ୍ଡିଆ ତରଫରୁ ଏକ ବୈଠକ ଆୟୋଜନ କରାଯାଇଥିଲା। ସେଥିରେ ଅଂଶଗ୍ରହଣ କରିଥିବା ଶିଳ୍ପ ପ୍ରତିନିଧିମାନେ ପ୍ରସ୍ତାବିତ ନୀତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଓ କେତେକ ବିଷୟରେ ଦ୍ବନ୍ଦ୍ବ ରହିଥିବା କହିଥିଲେ। ଏହି ନୀତି ଉପରେ ସରକାର ମତାମତ ଆହ୍ବାନ କରିଛନ୍ତି ଯାହାର ସମୟ ସୀମା ଜୁଲାଇ ୬ରେ ଶେଷ ହେବ। ସେହି ମହଲତ ଆହୁରି ବଢ଼ାଇବାକୁ ଶିଳ୍ପ ପ୍ରତିନିଧିମାନେ ଦାବି କରିଛନ୍ତି। ଅନ୍‌ଲାଇନ୍ କାରବାରରେ ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଲାଗି ଜୁନ୍ ୨୧ରେ କେନ୍ଦ୍ର ସରକାର ନୂଆ ଇ-କମର୍ସ ନୀତି ଜାରି କରିଛନ୍ତି। ଏଥିରେ ଅନେକ କଠୋର ବ୍ୟବସ୍ଥା ରହିଥିବାରୁ ଆମାଜନ୍, ଫ୍ଲିପ୍‌କାର୍ଟ ଭଳି ସଂସ୍ଥା ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ନୂଆ ନିୟମରେ ଫ୍ଲାସ୍‌ ସେଲ୍‌ ସଂଖ୍ୟା ସୀମିତ ରଖିବା, ବିଭ୍ରାନ୍ତିକର ବିଜ୍ଞାପନ ଉପରେ ରୋକ ଲଗାଇବା ଏବଂ ଅଭିଯୋଗ ସମାଧାନ ଭଳି ବ୍ୟବସ୍ଥା କରିବାର ପ୍ରସ୍ତାବ ରହିଛି। ଏହି ନୀତି ଲାଗୁ ହେଲେ ଇ-କମର୍ସ କଂପାନିଗୁଡ଼ିକୁ ସେମାନଙ୍କ ବ୍ୟବସାୟ ନୀତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।

ଆମାଜନ୍ ପକ୍ଷରୁ କୁହାଯାଇଛି ଯେ ମହାମାରୀ ପ୍ରଭାବରେ କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ନୂଆ ନିୟମ ଲାଗୁ କଲେ ସେମାନେ ଆହୁରି ପ୍ରଭାବିତ ହେବାର ଆଶଙ୍କା ରହିଛି। ଇ-କମର୍ସ ସଂସ୍ଥାର ସେୟାର ଥିବା କୌଣସି ସଂସ୍ଥା ବିକ୍ରେତା ଭାବେ ପଞ୍ଜୀକୃତ ହୋଇପାରିବେ ନାହିଁ ବୋଲି ଯେଉଁ ପ୍ରସ୍ତାବ ରହିଛି ତାହାକୁ ଆମାଜନ ବିରୋଧ କରିଛି। କାରଣ କ୍ଲାଉଡ୍‌ଟେଲ୍‌ ଓ ଆପାରିଓ ନାମକ ଦୁଇଟି ସଂସ୍ଥାରେ ଏହାର ଅଂଶଧନ ରହିଛି। ଟାଟା ଗ୍ରୁପ୍ ପକ୍ଷରୁ କୁହାଯାଇଛି ଯେ ନୂଆ ଇ-କମର୍ସ ନୀତି ଲାଗୁ ହେବା ପରେ ଏହା ଇ-କମର୍ସ ସଂସ୍ଥା ଜରିଆରେ ଷ୍ଟାର୍‌ବକ୍ ଉତ୍ପାଦ ବିକ୍ରି କରିପାରିବନି। ତେବେ‌ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଲାଗି ନୂଆ ନୀତି ପ୍ରସ୍ତୁତ କରାଯାଇଛି। ଅନ୍ୟ ଦେଶରେ ଯେତେ କଠୋର ନୀତି ଲାଗୁ ହୋଇଛି ତାହା ତୁଳନାରେ ଏହା ବେଶ କୋହଳ। ଏହି ନୀତି ଇ-କମର୍ସ ବ୍ୟବସାୟ ଉପରେ ଗ୍ରାହକଙ୍କ ବିଶ୍ବାସ ବଢ଼ାଇବ ବୋଲି ରିଲାଏନ୍ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe