କେନ୍ଦୁଝରରେ ନୂତନ ଭବିଷ୍ୟନିଧି କାର୍ଯ୍ୟାଳୟ

Advertisment
କେନ୍ଦୁଝରରେ ନୂତନ ଭବିଷ୍ୟନିଧି କାର୍ଯ୍ୟାଳୟ

ଭୁବ‌ନେଶ୍ବର : କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କେନ୍ଦୁଝରର ନୂଆ ଭବିଷ୍ୟନିଧି କାର୍ଯ୍ୟାଳୟକୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି, ଶ୍ରମ ସଚିବ ଆରତି ଆହୁଜା, କେନ୍ଦ୍ରୀୟ ଭବିଷ୍ୟନିଧି କମିସନର ନିଲମ ସାମି ରାଓ, ବିଧାୟକ ମୋହନ ଚରଣ ମାଝି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପ୍ରବର୍ତ୍ତନ ଅଧିକାରୀ ଅଲେଖ ଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ଲେଖା ଅଧିକାରୀ ଓ ଉତ୍ସବ ଚାନ୍ଦ ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟ‌ରେ ଓଡ଼ିଶା ପ୍ରଭାରୀ ପି. ବୀରଭଦ୍ର ସ୍ବାମୀ, ଆଞ୍ଚଳିକ ଭବିଷ୍ୟନିଧି କମିସନର -୧ ପି.ବି ବର୍ମା, ଆଞ୍ଚଳିକ ଭବିଷ୍ୟନିଧି କମିସନର -୨ ବିକାଶ ଆନନ୍ଦ, ଆଞ୍ଚଳିକ ଭବିଷ୍ୟନିଧି ସହାୟକ କମିସନର ସଂଜୟ କୁମାର ରଥ, ସହାୟକ ଭବିଷ୍ୟନିଧି କମିସନର ସନତ କୁମାର ପଟ୍ଟନାୟକ, ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଭଗବାନ ସାହୁ, ସତୀଶ ଚନ୍ଦ୍ର ସାହୁ, ଜୟରାମ ମହାପାତ୍ର, ମନୋରଞ୍ଜନ ମହାପାତ୍ର, ପ୍ରକ‌ା‌ଶ ଚନ୍ଦ୍ର ମିଶ୍ର ଓ ଅନୁଭାଗ ପର୍ଯ୍ୟବେକ୍ଷକ ରଶ୍ମିରଂଜନ ମହାନ୍ତି ଉପସ୍ଥିତ ଥିଲେ। କେନ୍ଦୁଝରରେ ଭବିଷ୍ୟନିଧି ଉପ ଆଞ୍ଚଳିକ କାର୍ଯ୍ୟାଳୟ ଭାବେ ୨୦୦୬ ମସିହାରୁ ଭଡ଼ା ଘ‌ରେ ଚାଲୁଥିଲା। ୨୦୧୭ ମସିହାରେ ଏହା ଆଞ୍ଚଳିକ କାର୍ଯ୍ୟାଳୟର ମାନ୍ୟତା ପାଇଲା। ମାନ୍ୟତାପ୍ରାପ୍ତ ପରେ ୨୦୧୯ ମସିହାରୁ ନିଜସ୍ବ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ପଡ଼ିବା ସହ କାମ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe