ବଜାରରେ ନୂଆ:ହିରୋର ନୂଆ ‘ଏଚ୍‌ଏଫ୍‌ ଡନ୍‌’

Advertisment
ବଜାରରେ ନୂଆ:ହିରୋର ନୂଆ ‘ଏଚ୍‌ଏଫ୍‌ ଡନ୍‌’

ଭୁବନେଶ୍ୱର: ଦେଶର ଅଗ୍ରଣୀ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ନୂଆ ଏଚ୍‌ଏଫ୍‌ ଡନ୍‌ ବାଇକ୍‌କୁ ଉନ୍ମୋଚନ କରାଯାଇଛି। ଓଡ଼ିଶାରେ ଏହାର ମୂଲ୍ୟ ୩୭,୪୦୦ ଟଙ୍କା ରଖାଯାଇଛି। ଏହି ବାଇକ୍‌ରେ ୧୦୦ ସିସି ଇଞ୍ଜିନ ବ୍ୟବହାର କରାଯାଇଛି। କଂପାନି ବର୍ଷକୁ ୩୯ ଲକ୍ଷ ବାଇକ୍‌ରେ ଏଭଳି ଇଞ୍ଜିନ ବ୍ୟବହାର କରୁଛି। ଏଥିରେ ଥିବା ଚାରି ଷ୍ଟ୍ରୋକ୍‌ ଇଞ୍ଜିନ ସର୍ବାଧିକ ୮.୩୬ ପିଏସ୍‌ ଶକ୍ତି ଏବଂ ୮.୦୫ ଏନ୍‌ଏମ୍‌ ଟର୍କ ସୃଷ୍ଟି କରୁଛି। ନିରାପତା ବୈଶିଷ୍ଟ୍ୟ ଭାବେ ଏଥିରେ ରହିଛି ଅଟୋମେଟିକ୍‌ ହେଡ୍‌୍‌ଲ୍ୟାମ୍ପ୍‌ ଅନ୍‌ (ଏଏଚ୍‌ଓ) ଯାହା ବାଇକ୍‌କୁ ସ୍ୱତନ୍ତ୍ର କରିପାରିଥିବା ବେଳେ କମ୍‌ ଆଲୋକ ଥିବା ସ୍ଥାନରେ ବାଇକ୍‌ ଚଲାଇବାରେ ଚାଳକଙ୍କୁ ଏହା ନିରାପତ୍ତା ପ୍ରଦାନ କରିବ। ଏହାର ଆରାମଦାୟକ ସସ୍‌ପେନ୍‌ସନ୍‌ ଏବଂ ଲମ୍ବା ସିଟ୍‌ ଯୋଗୁଁ ଏହି ବାଇକ୍‌ ଚଲାଇବା ବେଶ ଆରାମଦାୟକ ହେବ। ନୂଆ ଏଚ୍‌ଏଫ୍‌ ଡନ୍‌ ବ୍ଲାକ୍‌ ଏବଂ କ୍ୟାଣ୍ଡି ବ୍ଲେଜିଂ ରେଡ୍‌ ନାମକ ଦୁଇଟି ରଙ୍ଗରେ ଉପଲବ୍ଧ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe