ଭୁବନେଶ୍ୱର: ନୟାଗଡ଼ର ନୂଆଗାଁଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି)ର ଶାଖା ନୂତନ ଗୃହକୁ ସ୍ଥାନାନ୍ତରିତ ହୋଇଛି। ନୂତନ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଏବଂ ଏକ ଏଟିଏମ୍କୁ ବ୍ୟାଙ୍କର ଅଧ୍ୟକ୍ଷ ବୃନ୍ଦାବନ ନାୟକ ଉଦ୍୍ଘାଟନ କରିଛନ୍ତି। ସେ କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଋଣ ମଧ୍ୟ ମଞ୍ଜୁର କରିଛନ୍ତି। ଏହି ଅବସରରେ ବ୍ୟାଙ୍କର ମହାପ୍ରବନ୍ଧକ ଗଗନ ବିହାରୀ ପ୍ରଧାନ ସ୍ଥାନୀୟ ଗ୍ରାହକମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଏସ୍ କେ ଅଲ୍ଲୀ, ବରିଷ୍ଠ ପ୍ରବନ୍ଧକ ପି କେ ଭଞ୍ଜ ଏବଂ ଶାଖା ପ୍ରବନ୍ଧକ ଦେବୀ ପ୍ରସାଦ ବିଶ୍ୱାଳ ଉପସ୍ଥିତ ଥିଲେ।
ନୂତନ ଗୃହରେ ଓଜିବି ନୂଆଗାଁ ଶାଖା
Advertisment
Follow Us