ସାଧାରଣ ନାଗରିକଙ୍କୁ ଆଧାର କାର୍ଡ ଭଳି ପରିଚୟପତ୍ର ପ୍ରଦାନ କରୁଥିବ କେନ୍ଦ୍ର ସରକାର ଖୁବ୍ଶୀଘ୍ର କଂପାନିଗୁଡ଼ିକ ନିମନ୍ତେ ସ୍ୱତନ୍ତ୍ର ପରିଚୟପତ୍ର ପ୍ରଚଳନ କରିବେ। ଏ ବିଷୟରେ ଆଜି ବଜେଟ୍ରେ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି ଯେ କଂପାନିଗୁଡ଼ିକୁ ଆଧାର ଭଳି ପରିଚୟପତ୍ର ପ୍ରଦାନ କରିବା ପାଇଁ ଖୁବ୍ଶୀଘ୍ର ଏକ ଯୋଜନା ଘୋଷଣା କରାଯିବ। ଆଧାର ମାଧ୍ୟମରେ ସରକାର ସବ୍ସିଡି ବାଟମାରଣା ଏବଂ ଦୁର୍ନୀତିକୁ କମ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି। କଂପାନିଗୁଡ଼ିକ ପାଇଁ ଆଧାର ଭଳି ପରିଚୟପତ୍ର ଜାରି କରି ଜାଲ୍ କଂପାନି ଉପରେ ଲଗାମ କଷିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଘରୋଇ କ୍ଷେତ୍ରର କଂପାନିଗୁଡ଼ିକରେ ହେଉଥିବା ଦୁର୍ନୀତିକୁ ରୋକିବାକୁ ଚାହୁଁଛନ୍ତି।
କଂପାନିଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟପତ୍ର
Advertisment
Follow Us