ରେନଲ୍ଟ ଇଣ୍ଡିଆ ପକ୍ଷରୁ ଏହାର ସବୁଠୁ ସଫଳ କାର୍ ମଡେଲ୍ କ୍ୱିଡ୍ର ସୁପର ହିରୋ ଏଡିସନ୍କୁ ଉନ୍ମୋଚନ କରାଯାଇଛି। ମାର୍ଭେଲ୍ର ଦୁଇ ଚର୍ଚିତ ସୁପର ହିରୋ ଆଇରନ୍ ମ୍ୟାନ୍ ଏବଂ କ୍ୟାପ୍ଟେନ୍ ଆମେରିକାରୁ ଅନୁପ୍ରାଣିତ ହୋଇ ଦୁଇଟି ନୂଆ ଏଡିସନ୍କୁ ଉନ୍ମୋଚନ କରାଯାଇଛି। ଏହି ଦୁଇ ମଡେଲ୍ ଉଭୟ ମାନୁଆଲ୍ ଏବଂ ଅଟୋମେଟିକ୍ ଟ୍ରାନ୍ସମିସନ୍ ବିକଳ୍ପରେ ଉପଲବ୍ଧ ହେଉଛି। ଗ୍ରାହକମାନେ ଆମାଜନ୍ରେ ୯୯୯୯ ଟଙ୍କା ଦେଇ ଏହି ଦୁଇ ମଡେଲ୍ ମଧ୍ୟରୁ କୌଣସି ଗାଡ଼ିର ବୁକିଙ୍ଗ କରିପାରିବେ।
ଟିଭିଏସ୍ର ବ୍ଲୁଟୁଥ୍ ଥିବା ସ୍କୁଟର ‘ଏନ୍ଟର୍କ’
ଟିଭିଏସ୍ ମୋଟର କଂପାନି ଏହାର ନୂଆ ୧୨୫ ସିସି ସ୍କୁଟର ଟିଭିଏସ୍ ଏନ୍ଟର୍କ ୧୨୫କୁ ଉନ୍ମୋଚନ କରିଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ହେଉଛି ୫୮,୭୫୦ ଟଙ୍କା। ଏଥିରେ ବ୍ଲୁଟୁଥ୍ ସଂଯୋଗ ସୁବିଧା ରହିଛି। ଏହା ହେଉଛି ଦେଶର ପ୍ରଥମ ସଂଯୋଗରେ ରହୁଥିବା (କନେକ୍ଟେଡ୍) ସ୍କୁଟର। ଯୁଦ୍ଧ ବିମାନରୁ ଅନୁପ୍ରାଣିତ ହୋଇ ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ଏଲଇଡି ଟେଲ୍ ଲ୍ୟାମ୍ପ୍ ଓ ଡେ’ ଟାଇମ୍ ରନିଂ ଲାଇଟ୍ ଭଳି ସୁବିଧା ଏଥିରେ ରହିଛି। ଏହି ସ୍କୁଟରର ସର୍ବାଧିକ ଘଣ୍ଟା ପିଛା ବେଗ ହେଉଛି ୯୫ କିଲୋମିଟର। ଏହାର ଡିଜିଟାଲ୍ ସ୍ପିଡୋ ମିଟରରେ ୫୫ ପ୍ରକାର ତଥ୍ୟ ପ୍ରଦର୍ଶିତ ହୋଇପାରିବ।
ଫୋର୍ଡ ଫ୍ରିଷ୍ଟାଇଲ୍
ଫୋର୍ଡ ପକ୍ଷରୁ ନୂତନ ଫୋର୍ଡ ଫ୍ରିଷ୍ଟାଇଲ୍କୁ ଉନ୍ମୋଚନ କରାଯାଇଛି। ଫୋର୍ଡ ଇଣ୍ଡିଆର ସଭାପତି ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଅନୁରାଗ ମେହେରୋତ୍ରା କହିଛନ୍ତି ଯେ ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଏହି ଗାଡ଼ି ଉନ୍କୋଚନ କରିଛୁ। ଏହା ଉଭୟ ପେଟ୍ରୋଲ୍ ଏବଂ ଡିଜେଲ୍ ଇଞ୍ଜିନରେ ଉପଲବ୍ଧ ହେବ। ଏହାର ମୂଲ୍ୟ ସାଢ଼େ ପାଞ୍ଚ ଲକ୍ଷ ଟଙ୍କାରୁ ଆଠ ଲକ୍ଷ ଟଙ୍କା ଭିତରେ ରହିଛି। ଏଥିରେ ୬.୫ ଇଞ୍ଚ ଟଚ୍ସ୍କ୍ରିନ୍ ଇନ୍ଫୋଟେନ୍ମେଣ୍ଟ୍ ବ୍ୟବସ୍ଥା ରହିଛି। ଫ୍ରିଷ୍ଟାଇଲ୍ରେ ଇବିଡି ସହିତ ଏବିଏସ୍ ଏବଂ ୬ ଏୟାରବ୍ୟାଗ୍ ରହିଛି। ଏହାର ଗ୍ରାଉଣ୍ଡ୍ କ୍ଲିୟରାନ୍ସ ମଧ୍ୟ ବହୁତ ଭଲ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/02/renault.jpg)